ETV Bharat / bharat

ବିଜେପି ଶାସିତ ରାଜ୍ୟରେ କାହିଁକି ହେଉନାହିଁ ଜାତିଭିତ୍ତିକ ଜନଗଣନା, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଜେପି ଶାସିତ ରାଜ୍ୟରେ କାହିଁକି ଜାତିଭିତ୍ତିକ ଜନଗଣନା ହେଉନାହିଁ ବୋଲି ପ୍ରଶ୍ନ କଲା କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ଟାର୍ଗେଟ କଲେ ଜୟରାମ ରମେଶ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By ETV Bharat Odisha Team

Published : Oct 8, 2023, 3:54 PM IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଏକ ମୁଖ୍ୟ ନିର୍ବାଚନୀ ମୁଦ୍ଦା ହେବା ପରି ଦୃଶ୍ୟମାନ ହେଲାଣି । ବିହାରର ନୀତିଶ ସରକାର ଏହାକୁ ପ୍ରଥମ ରାଜ୍ୟ ଭାବେ କାର୍ଯ୍ୟକାରୀ କରିବା ପରେ ଏବେ କଂଗ୍ରେସ ଶାସିତ ରାଜସ୍ଥାନ ମଧ୍ୟ ଏହି କ୍ରମରେ ସାମିଲ ହେବାକୁ ଯାଉଛି । ଗେହେଲଟ ସରକାର ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ତେବେ ଏହାରି ମଧ୍ୟରେ ଜାତୀୟ ସ୍ତରରେ ଏହା ରାଜନୈତିକ ପ୍ରସଙ୍ଗ ହେଲାଣି । ବିଜେପି ଶାସିତ ରାଜ୍ୟରେ କାହିଁକି ଏହି ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ ହେଉନାହିଁ ଓ ପ୍ରଧାନମନ୍ତ୍ରୀ କାହିଁକି ଏହି ପ୍ରସଙ୍ଗରେ ନୀରବତା ଧାରଣା କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ।

  • भारत जोड़ो यात्रा जब राजस्थान में थी, तब कई समुदायों के प्रतिनिधिमंडलों ने @RahulGandhi से मुलाक़ात की थी। उस दौरान ओबीसी के प्रतिनिधिमंडल ने विशेष रूप से जाति जनगणना की मांग उठाई थी। राहुल गांधी ने उनकी बातों को बेहद गंभीरता से लिया था।

    अब राजस्थान सरकार ने उनकी भावनाओं के… pic.twitter.com/We8y5cDagW

    — Jairam Ramesh (@Jairam_Ramesh) October 8, 2023 " class="align-text-top noRightClick twitterSection" data=" ">

ରାଜସ୍ଥାନ ସରକାରଙ୍କ ଘୋଷଣା ପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ରାଜସ୍ଥାନର ଏକାଧିକ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଓବିସି ପ୍ରତନିଧି ମଣ୍ଡଳୀ ଏକ ଜାତିଭିତ୍ତିକ ଜନଗଣନା କରିବା ପାଇଁ ରାହୁଲଙ୍କ ନିକଟରେ ଦାବି ରଖିଥିଲେ । ସେତେବେଳେ ରାହୁଲ ଏହି ଦାବିକୁ ଗମ୍ଭୀରତାର ସହ ନେଇଥିଲେ । ଏବେ ରାଜସ୍ଥାନ ସରକାର ତାହା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଜାତିଭିତ୍ତିକ ଜନଗଣନାକୁ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ଦର୍ଶାଇ ରମେଶ ଲେଖିଛନ୍ତି, ଏହା କରିବା ଦ୍ବାରା ବିଶେଷ ଭାବେ ଏକାଧିକ ଜାତିବର୍ଗର ଉନ୍ନତି ପାଇଁ ଯୋଜାନା ପ୍ରସ୍ତୁତ କରିବାରେ ସଫଳତା ମିଳିବ । ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ବିଶେଷ ଯୋଜନା କାର୍ଯ୍ୟକାରୀ କରିବା ସହଜ ହୋଇପାରିବ । ସେମାନଙ୍କ ଜନସଂଖ୍ୟା ସହ ସେମାନଙ୍କ ସାମାଜିକ ଅଧିକାରକୁ ମଧ୍ୟ ନଶ୍ଚିତ କରାଯାଇପାରିବା ନେଇ ଜୟରାମ ରମେଶ କହିଛନ୍ତି । ତେବେ ଏହି ଜାତିବର୍ଗଙ୍କ ଉନ୍ନତି ପାଇଁ ବିଜେପି ଶାସିତ ରାଜ୍ୟରେ କାହିଁକି ଏହା ଆରମ୍ଭ କରାଯାଉନାହିଁ ଓ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନୀରବତା ଧାରଣ କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Civic Body Recruitment Scam: ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମଙ୍କ ବାସଭବନରେ ସିବିଆଇ ରେଡ୍‌

ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିବାକୁ ଯାଉଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବା ନେଇ ଦଳ ଘୋଷଣା କରିସାରିଛି । ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ମୋଦି କ୍ୟାବିନେଟରେ ଓବିସି ବର୍ଗର ଅଧିକାରୀ ନଥିବା ଅଭିଯୋଗ ଉଠାଇ ବିଜେପି ଉପରେ ଟାର୍ଗେଟ କରୁଥିବା ବେଳେ ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ସମାଜରେ ବିଭାଜନ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.