ବେଙ୍ଗାଲୁରୁ: ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡ଼ଗେ (President Mallikarjuna Kharge) ଓ ପୁଅ ତଥା କେପିସିସି ମୁଖପାତ୍ର ପ୍ରିୟଙ୍କ (KPCC Spokesperson Priyank Kharge) ଖଡ଼ଗେଙ୍କ ପାଇଁ ବଢିଲା ଅଡୁଆ । ଉଭୟ ବାପ-ପୁଅଙ୍କ ବିରୋଧରେ କର୍ଣ୍ଣାଟକ ରାଜ୍ୟ ଲୋକାୟୁକ୍ତ (Allegations of misappropriation of government Building)ରେ ମାମଲା ରୁଜୁ ହୋଇଛି । ସରକାରୀ ବିଲ୍ଡିଂର ଅପବ୍ୟବହାର ଅଭିଯୋଗରେ ବାପା ପୁଅଙ୍କ ବିରୋଧରେ ଲୋକାୟୁକ୍ତରେ ଅଭିଯୋଗ ହୋଇଛି ।
ବାପପୁଅଙ୍କ ବିରୋଧରେ ସାମାଜିକ କର୍ମୀ ମଣିକାନ୍ତ ରାଥୋଡ଼ (Social worker Manikant Rathod) ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ୩୬ ହଜାର ବର୍ଗଫୁଟ ଜମି ଆମ୍ବେଦକର ସ୍ମାରକ ସମିତିକୁ ମ୍ୟାରେଜ ହଲ୍ ନିର୍ମାଣ ଲାଗି ଦିଆଯାଇଥିଲା । ଗତ ୧୯୮୧ ଅଗଷ୍ଟ ୬ ତାରିଖରେ ସରକାର ଏହି ଜମି ପ୍ରଦାନ କରିଥିଲେ । କଲାବୁରଗି ସହର ନିକଟ ପୋଲିସ ଭବନ ବିଲ୍ଡିଂ ପାଖରେ ଏହି ମ୍ୟାରେଜ ହଲ୍ ନିର୍ମାଣ ପାଇଁ ସରକାର ଜମି ସ୍ଥିର କରିଥିଲେ । ସେତେବେଳେ ମଲ୍ଲିକାର୍ଜୁନ ରାଜସ୍ବ ମନ୍ତ୍ରୀ ଥିଲେ । ମାତ୍ର ଗତ ୪ବର୍ଷ ଧରି ସେଠାରେ କୌଣସି ବିବାହ ଉତ୍ସବ ଅନୁଷ୍ଠିତ ହେଉନାହିଁ । ଏହି ମ୍ୟାରେଜ ହଲ୍କୁ କର୍ଣ୍ଣାଟକ ପିପଲ୍ସ ଏଜୁକେସନ ସୋସାଇଟି (KPES)ର ଅଫିସ କାର୍ଯ୍ୟ ହେଉଛି ବୋଲି ମଣିକାନ୍ତ ଅଭିଯୋଗ କରିଛନ୍ତି । ଏହି ସୋସାଇଟିର ପ୍ରତିଷ୍ଠାତା ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।
ଏହା ବି ପଢନ୍ତୁ- Dalai Lamaଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା, ୧୧ ବିଦେଶୀ ପଜିଟିଭ ଚିହ୍ନଟ
ବର୍ତ୍ତମାନ ସେ ଏହି ସୋସାଇଟିର କୌଣସି ପଦବୀରେ ନଥିବା ବେଳେ ତାଙ୍କ ପୁତ୍ର ଏହାର ସଦସ୍ୟ ରହିଛନ୍ତି । ଏଠାରେ ଅନ୍ୟ କୌଣସି କାର୍ଯ୍ୟ ହେଉନାହିଁ । ନିଜର କୌଣସି କାର୍ଯ୍ୟ ଲାଗି KPES ଏହାକୁ ବ୍ୟବହାର କରୁଛି । ସେମାନେ ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଣିକାନ୍ତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଅଞ୍ଚଳର ମୂଲ୍ୟ ୫୦କୋଟି ଟଙ୍କା । ଉକ୍ତ ଅଞ୍ଚଳକୁ ବାପ-ପୁଅ ଅକ୍ତିଆର କରିଥିବାରୁ ସେ ତାଙ୍କ ବିରୋଧରେ ଲୋକାୟୁକ୍ତରେ ଅଭିଯୋଗ କରିଥିବା କହିଛନ୍ତି ।