ETV Bharat / bharat

Chandrayaan-3: ଚନ୍ଦ୍ରଠୁ ମାତ୍ର 150 କି.ମି ଦୂରରେ, 16 ପୃଥକ ହେବ ଲ୍ୟାଣ୍ଡର

author img

By

Published : Aug 14, 2023, 4:15 PM IST

ଆଉ ପାଦେ ଆଗେଇଲା ଚନ୍ଦ୍ରାୟନ-3 । ଏବେ ଚନ୍ଦ୍ରଠୁ ମାତ୍ର 150 କିମି ଦୂରରେ । 16 ପୃଥକ୍‌ ହେବ ଲ୍ୟାଣ୍ଡର । 23ରେ ଦକ୍ଷିଣ ମେରୁରେ ଅବତରଣ । ଅଧିକ ପଢନ୍ତୁ

Chandrayaan-3: ଚନ୍ଦ୍ରଠୁ ମାତ୍ର 150 କି.ମି ଦୂରରେ, 16 ପୃଥକ ହେବ ଲ୍ୟାଣ୍ଡର
Chandrayaan-3: ଚନ୍ଦ୍ରଠୁ ମାତ୍ର 150 କି.ମି ଦୂରରେ, 16 ପୃଥକ ହେବ ଲ୍ୟାଣ୍ଡର

ହାଇଦ୍ରାବାଦ: ସଫଳତାର ସହ ଅନ୍ତିମ ପର୍ଯ୍ୟାୟ ଆଡକୁ ଆଉ ପାଦେ ଆଗେଇଛି ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ । ଚଳିତ ମାସ ଅଗଷ୍ଟ 5 ତାରିଖରେ ପୃଥିବୀର କକ୍ଷପଥରୁ ବାହାରି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରାୟନ-3 । ଗତ କିଛି ଦିନ ଧରି ଚନ୍ଦ୍ରକୁ ପରିକ୍ରମା କରୁଥିବା ଏହି ଉପଗ୍ରହ ଏବେ କକ୍ଷପଥ ପରିବର୍ତ୍ତନ କରି ଚନ୍ଦ୍ରର ଅତି ନିକଟତର ହୋଇଛି । ନିର୍ଦ୍ଧାରିତ ମିଶନରେ ଆଗକୁ ବଢୁଛି ଚନ୍ଦ୍ରାୟନ । ଏହା କକ୍ଷପଥ ପରିବର୍ତ୍ତନ କରିବା ପରେ ଏବେ ଚନ୍ଦ୍ରପୃଷ୍ଠରୁ ମାତ୍ର ସର୍ବନିମ୍ନ 150 ଓ ସର୍ବାଧିକ 177 କି.ମି ଅଣ୍ଡାକୃତି ପରିଧିରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

  • Chandrayaan-3 Mission:
    Orbit circularisation phase commences

    Precise maneuvre performed today has achieved a near-circular orbit of 150 km x 177 km

    The next operation is planned for August 16, 2023, around 0830 Hrs. IST pic.twitter.com/LlU6oCcOOb

    — ISRO (@isro) August 14, 2023 " class="align-text-top noRightClick twitterSection" data=" ">

ISROର ସୂଚନା ଅନୁସାରେ, ଚନ୍ଦ୍ରାୟନ-3 ଉପଗ୍ରହ ଚନ୍ଦ୍ରପୃଷ୍ଠର ସର୍ବନିମ୍ନ 100 କି.ମି ନିକଟବର୍ତ୍ତୀ ହେବା ଲ୍ୟାଣ୍ଡର ପୃଥକୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ 16 ତାରିଖରେ ଏହା ଚନ୍ଦ୍ରପୃଷ୍ଠର 100 କି.ମି ନିକଟବର୍ତ୍ତୀ ହେବା ନେଇ ପୂର୍ବକଳନ କରାଯାଇଛି । ଅଗଷ୍ଟ 16 ତାରିଖରେ ପ୍ରପଲେସନ ମଣ୍ଡ୍ୟୁଲରୁ ଲ୍ଯାଣ୍ଡର ମଡ୍ୟୁଲ ପୃଥକ ହେବା ପରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ହାର୍ଡ ଲ୍ୟାଣ୍ଡିଂ ଓ ପରେ ତଥା ଅନ୍ତିମ ପର୍ଯ୍ଯାୟରେ ସଫ୍ଟ ଲ୍ୟାଣ୍ଡିଂ ମାଧ୍ୟମରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।

ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ସମୟରେ ଜାରି ରହିଲେ 23 ତାରିଖରେ ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରାୟନ-3 । ଲ୍ୟାଣ୍ଡର ଅବତରଣ କରିବା ପରେ ଏଥିରୁ ରୋଭର ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରପୃଷ୍ଠର ଭୌଗଳିକ ସ୍ଥିତି, ଜଳ ଓ ଅନ୍ୟ ଉପାଦନର ସନ୍ଧାନ କରି ଏହା ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ପୂର୍ବ ମିଶନ ଚନ୍ଦ୍ରାୟନ-2 ଲ୍ୟାଣ୍ଡିଂ ବିଫଳତା ଓ ବୈଷୟିକ ସମସ୍ୟାକୁ ଅନୁଧ୍ୟାନ କରି ଏକାଧିକ ନୂତନ ଟେକ୍ନୋଲୋଜି ଲ୍ୟାଣ୍ଡରରେ ବିକଶିତ କରାଯାଇଛି । ତେଣୁ ଏଥର ଏହି ମିଶନରେ ପୂର୍ଣ୍ଣ ସଫଳତା ମିଳିବା ନେଇ ଆଶାବାଦୀ ରହିଛି ଇସ୍ରୋ ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କଲା ଚନ୍ଦ୍ରାୟନ-3

ଗତମାସ (ଜୁଲଇ) 14 ତାରିଖରେ ISRO ବହୁ ପ୍ରତୀକ୍ଷିତ ଭାରତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟଣ-3’କୁ ଉତକ୍ଷେପଣ କରିଥିଲା । ନୂତନ ତଥା ଅତ୍ୟଧୁନିକ LVM-M-4 ରକେଟରେ ଏହି ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ଏହି ମିଶନ ଏକାଧିକ ପର୍ଯ୍ୟାୟକୁ ସଫଳତାର ସହ ଶେଷ କରିସାରିଥିବା ବେଳେ ମହାକାଶ ଯାତ୍ରା ଜାରି ରଖିଛି । ଏବେ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟତର ମଧ୍ୟ ହୋଇସାରିଛି । 23 ତାରିଖରେ ଏହାର ଅବତରଣ ଉପରେ ସମଗ୍ର ନଜର ରହିଛି । ନିକଟରେ ଋଷ ମଧ୍ୟ ନିଜର ଚନ୍ଦ୍ର ଅଭିଯାନ ଲୁନା-25 ଉତକ୍ଷେପଣ କରିଛି । ବିଶ୍ବ ଇତିହାସରେ ପ୍ରଥମ ମହାକାଶ ଗବେଷଣା ଆରମ୍ଭ କରିଥିବା ଋଷ, 47 ବର୍ଷ ପରେ ପୁଣି ଥରେ ମହାକାଶ ଯାନ ଉତକ୍ଷେପଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.