ନୂଆଦିଲ୍ଲୀ: ସମୟ କମୁଛି, ଦୂରତା ମଧ୍ୟ କମୁଛି । ଆଉ ମାତ୍ର କେଇ କିମି ଦୂରରେ ଚନ୍ଦ୍ର । ମହାକାଶ ଗବେଷଣ କ୍ଷେତ୍ରରେ ନୂଆ ଇତିହାସ ଲେଖିବାକୁ ଯାଉଛି ଭାରତ । ଭାରତର ବହୁପ୍ରତିକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ର ଲ୍ୟାଣ୍ଡର ଗୋଟିଏ ପରେ ଗୋଟିଏ ପ୍ରକ୍ରିୟାକୁ ସଫଳତାର ସହ ଅତିକ୍ରମ କରି ଚନ୍ଦ୍ରପୃଷ୍ଠର ବେଶ ନିକଟତର ହୋଇସାରିଛି । ଏବେ କେବଳ ସଫଳତାପୂର୍ବକ ଲ୍ୟାଣ୍ଡିଂ ଉପରେ ସମସ୍ତଙ୍କ ନଜର ରହିଛି । 23 ତାରିଖ ସଂଧ୍ୟା 5.45ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବା ନେଇ ଟ୍ବିଟ କରି ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ।
ଏବେ ମାତ୍ର 100 କିମି ଦୂରରେ ଲ୍ୟାଣ୍ଡର:-
-
Chandrayaan-3 Mission:
— ISRO (@isro) August 18, 2023 " class="align-text-top noRightClick twitterSection" data="
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS
">Chandrayaan-3 Mission:
— ISRO (@isro) August 18, 2023
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUSChandrayaan-3 Mission:
— ISRO (@isro) August 18, 2023
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS
ସବିଶେଷ ତଥ୍ୟ ଅନୁସାରେ, ପ୍ରପଲସନ ମଡ୍ଯୁଲଠାରୁ ପୃଥକ ହୋଇସାରିଥିବା ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର କକ୍ଷପଥରେ ଗୋଟିଏ ପର୍ଯ୍ୟାୟ ପରିକ୍ରମା କରିବା ପରେ ଏହାକୁ ଡିବୁଷ୍ଟିଂ ମଧ୍ୟ କରାଯାଇଛି । ଡିବୁଷ୍ଟିଂ ଅର୍ଥ ଏହାର ଉଚ୍ଚତାରେ ହ୍ରାସ କରି ଏହାକୁ ଚନ୍ଦ୍ରପୃଷ୍ଠର ଆହୁରି ନିକଟତର କରିବା । ଏବେ ସୁଦ୍ଧା 113 x 157 କି.ମିରେ ଅଣ୍ଡାକୃତି ପରିଧିରେ ଚନ୍ଦ୍ରପୃଷ୍ଠକୁ ଅତି ନିକଟରୁ ପରିକ୍ରମା କରୁଛି ‘ଲ୍ୟାଣ୍ଡର ବିକ୍ରମ’ । ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ହୋଇସାରିଥିବା ବେଳେ ଆଜି (20 ତାରିଖ) ଅପରାହ୍ନ ପ୍ରାୟ 2 ଟାରେ ଦ୍ବିତୀୟ ଡିବୁଷ୍ଟିଂ ହେବ । ଦ୍ବିତୀୟ ଡିବୁଷ୍ଟିଂ ପରେ ଏହା ଚନ୍ଦ୍ରପୃଷ୍ଠର ବେଶ ନିକଟତର ହେବା ସହ ଲ୍ୟାଣ୍ଡିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ।
କାହିଁକି 23 ତାରିଖରେ ଲ୍ୟାଣ୍ଡିଂ
-
Chandrayaan-3 Mission:
— ISRO (@isro) August 18, 2023 " class="align-text-top noRightClick twitterSection" data="
The Lander Module (LM) health is normal.
LM successfully underwent a deboosting operation that reduced its orbit to 113 km x 157 km.
The second deboosting operation is scheduled for August 20, 2023, around 0200 Hrs. IST #Chandrayaan_3#Ch3 pic.twitter.com/0PVxV8Gw5z
">Chandrayaan-3 Mission:
— ISRO (@isro) August 18, 2023
The Lander Module (LM) health is normal.
LM successfully underwent a deboosting operation that reduced its orbit to 113 km x 157 km.
The second deboosting operation is scheduled for August 20, 2023, around 0200 Hrs. IST #Chandrayaan_3#Ch3 pic.twitter.com/0PVxV8Gw5zChandrayaan-3 Mission:
— ISRO (@isro) August 18, 2023
The Lander Module (LM) health is normal.
LM successfully underwent a deboosting operation that reduced its orbit to 113 km x 157 km.
The second deboosting operation is scheduled for August 20, 2023, around 0200 Hrs. IST #Chandrayaan_3#Ch3 pic.twitter.com/0PVxV8Gw5z
23 ତାରିଖ ସଂଧ୍ୟା 5.45ରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ‘ବିକ୍ରମ’ । ସେହି ସମୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଏକ ଦିବସର ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ସୂର୍ଯ୍ୟଙ୍କ କିରଣରେ ଆଲୋକିତ ହେବ । ଚନ୍ଦ୍ରପୃଷ୍ଠର ଗୋଟିଏ ଦିବସ (ପୃଥିବୀର 14 ଦିନ) ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ଏହି ଲ୍ୟାଣ୍ଡରକୁ ନିର୍ମିତ କରାଯାଇଛି । ଅର୍ଥାତ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମତା ମଧ୍ୟ ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ ବା ପୃଥିବୀର 14 ଦିନ ପାଇଁ ବିକଶିତ କରାଯାଇଛି । ଏହା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହେବା ସହ ଏହା ମଧ୍ୟ ନିଷ୍କ୍ରିୟ ହୋଇଯିବ।
-
Chandrayaan-3 Mission:
— ISRO (@isro) August 18, 2023 " class="align-text-top noRightClick twitterSection" data="
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS
">Chandrayaan-3 Mission:
— ISRO (@isro) August 18, 2023
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUSChandrayaan-3 Mission:
— ISRO (@isro) August 18, 2023
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS
ଦିନରେ କାହିଁକି ଲ୍ୟାଣ୍ଡିଂ:-
ଦିନ ସମୟରେ ଲ୍ୟାଣ୍ଡିଂ କରିବା ବେଶ ଜରୁରୀ । କାରଣ ଲ୍ୟାଣ୍ଡର ଓ ରୋଭର କେବଳ ସୌରଶକ୍ତି ଦ୍ବାରା ପରିଚାଳିତ ହେବାପାଇଁ ବିକଶିତ ହୋଇଛି । ଏହା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ଅବଶୋଷଣ କରି ସଞ୍ଜାଳିତ ହେବ । ଚନ୍ଦ୍ରରେ ରାତି ହେବା ପରେ ତାପମାତ୍ରା ବିଯୁକ୍ତ 100 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚାଲିଯାଏ । ପ୍ରବଳ ଥଣ୍ଡାରେ ପୃଥିବୀରୁ ପ୍ରେରିତ ବୈଦ୍ୟୁତିକ ଉପକରଣ ସେଠାରେ ନିଷ୍କ୍ରିୟ ବା ଅଚଳ ହୋଇପଡିବା ଏକ ପ୍ରକାର ନିଶ୍ଚିତ । ତେଣୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହାକୁ ଚନ୍ଦ୍ରପୃଷ୍ଠରେ ଦିନରେ ଅବତରଣ କରିବା ଓ ଗୋଟିଏ ଚନ୍ଦ୍ର ଦିବସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବା ନେଇ ନିର୍ମାଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ