ଗୌହାଟୀ: ଆସାମରେ ବୈଧ ପ୍ରମାଣପତ୍ର ବିନା ଭାରତରେ ଅନୁପ୍ରବେଶ ଉଦ୍ୟମ କରି ଗିରଫ ହୋଇଥିବା 8 ବାଂଲାଦେଶୀ ନାଗରିକଙ୍କୁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରିଛି ଭାରତୀୟ ସୀମା ସୁରକ୍ଷା ବଳ (BSF deported 8 Bangladeshi nationals)। ଆସାମର କରିମଗଞ୍ଜ ଜିଲ୍ଲାର ସୂତାରକାଣ୍ଡି ସ୍ଥିତ ଦୁଇ ଦେଶର ଆନ୍ତର୍ଜାତୀୟ ସୀମା ପୋଷ୍ଟରେ ଦୁଇ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ଏହି ପ୍ରତ୍ୟର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ଭାରତୀୟ ଓ ବାଂଲାଦେଶର ସୀମା ସୁରକ୍ଷା ବଳର ଅଧିକାରୀ, ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ସାମିଲ ଥିଲେ ।
-
BSF&Police officials deported 8 Bangladeshi nationals incl a woman through legal procedures via international border point at Sutarkandi in Assam’s Karimganj dist
— ANI (@ANI) October 29, 2022 " class="align-text-top noRightClick twitterSection" data="
The Bangladeshi nationals had entered India without valid documents from different parts of Assam at different times pic.twitter.com/omiJQtBHhD
">BSF&Police officials deported 8 Bangladeshi nationals incl a woman through legal procedures via international border point at Sutarkandi in Assam’s Karimganj dist
— ANI (@ANI) October 29, 2022
The Bangladeshi nationals had entered India without valid documents from different parts of Assam at different times pic.twitter.com/omiJQtBHhDBSF&Police officials deported 8 Bangladeshi nationals incl a woman through legal procedures via international border point at Sutarkandi in Assam’s Karimganj dist
— ANI (@ANI) October 29, 2022
The Bangladeshi nationals had entered India without valid documents from different parts of Assam at different times pic.twitter.com/omiJQtBHhD
ଗିରଫ ହୋଇଥିବା 8 ବାଂଲାଦେଶୀ ନାଗରିକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ଏମାନେ ଭିସା ଓ ଅନ୍ୟ ବୈଧ ପ୍ରମାଣପତ୍ର ବିନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ସୀମା ସୁରକ୍ଷା ବଳର ଯବାନମାନେ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଦୁଇ ଦେଶର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ଆଜି ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହୋଇଛି ।
ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଆସାମରେ ବାଂଲାଦେଶୀ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ପ୍ରବେଶ ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ । ପୂର୍ବରୁ ମଧ୍ୟ ବୈଧ ପ୍ରମାଣପତ୍ର ବିନା ବାଂଲାଦେଶୀ ନାଗରିକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରି ଗିରଫ ମଧ୍ୟ ହୋଇଛନ୍ତି । ସୀମାରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ