ETV Bharat / bharat

କନ୍ୟାର କେଶ କମ ଥିବା ଦେଖି ମଣ୍ଡପ ଛାଡି ପଳାଇଲା ବର - କନ୍ୟାର ମୁଣ୍ଡରେ କେଶ କମ

କନ୍ୟାର କମ କେଶ ଦେଖି ବିବାହ କରିବାକୁ ମନା କରିଦେଲା ବର । 9ଜଣଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

bridegroom refused marry seeing short hair bride

author img

By

Published : Feb 24, 2023, 11:12 AM IST

ଲକ୍ଷ୍ନୌ: ବାଣ ଫୁଟାଇ ରୋଷଣୀ ଧରି କନ୍ୟା ଘରକୁ ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଉଥିଲେ ବରଯାତ୍ରୀ । ଏହି ସମୟରେ ବରକୁ ଖବର ମିଳିଲା କନ୍ୟାର ମୁଣ୍ଡରେ କେଶ କମ ଅଛି । ଏହା ଶୁଣିବା ପରେ ବିବାହ କରିବା ପରିବର୍ତ୍ତେ ଘରକୁ ଫେରିଆସିଲା ବର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲ୍ଲାର ବିକାପୁର କୋଟୱାଲି ଅଞ୍ଚଳରେ ।

ବର ଘରକୁ ଫେରୁଥିବା ସମୟରେ କନ୍ୟା ଘର ଲୋକେ ତାଙ୍କୁ ଅଟକାଇଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତି ତର୍କ । ଏହାପରେ ଘଟଣାଯାଇ ପହଞ୍ଚିଥିଲା ଥାନାରେ । ବର ଜଣଙ୍କ ଅଭିଯୋଗ କରିଥିଲେ ଯେ କନ୍ୟାର କେଶ କମ ଥିବାରୁ ମୁଁ ଏହି ବିବାହ କରିବି ନାହିଁ । କିନ୍ତୁ କନ୍ୟା ଘର ଅଭିଯୋଗ କରିଥିଲେ ଯେ, ଯୌତୁକକୁ ନେଇ ବର ଘର ବାହାଘର ଭାଙ୍ଗି ଦେଇଛନ୍ତି । ଏନେଇ ପୋଲିସ ବରଙ୍କ ସମେତ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବର ଘର ପରିବାର ଲୋକଙ୍କ କହିବା ଅନୁଯାୟୀ, ଜିଲ୍ଲା ସୀମାବର୍ତ୍ତୀ ଗାଁ ଜାମୋଲିରୁ ବିକାପୁର କୋଟୱାଲୀ ଅଞ୍ଚଳ ଅନ୍ତର୍ଗତ ଏକ ଗ୍ରାମକୁ ବାହାଘର ଶୋଭାଯାତ୍ରା ଆସିଥିଲା। ସେଠାରେ ଭୋଜି ଖାଇବାବେଳେ ବର ଜାଣିବାକୁ ପାଇଥିଲେ ଯେ ସେ ଯେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ କେଶ ବହୁତ କମ ଅଛି । ଏହାପରେ ବର କନ୍ୟାଙ୍କ କେଶ ଦେଖିବା ପରେ ବିବାହ କରିବାକୁ ମନା କରି ଦେଇ ପଳାୟନ କରିଥିଲେ । ଏହି ସମୟରେ କନ୍ୟାଘର ଲୋକେ ବରର ପରିବାର ଲୋକଙ୍କୁ ଧରିପକାଇଥିଲେ ।

ବିବାହ ଭାଙ୍ଗିବା ପରେ ଗ୍ରାମରେ ବୈଠକ ବସିଥିଲା: ବିବାହ ଭାଙ୍ଗିବା ପରେ ଗ୍ରାମରେ ବୈଠକ ବସିଥିଲା । ରାତି ସାରା ଆଲୋଚନା ହୋଇଥିଲେ ମଧ୍ୟ ବର ନିଜ ଜିଦର ଅଟଳ ରହିଥିଲା । ଝିଅ ଘର ଆମକୁ ଏ ବିଷୟରେ ନଜଣାଇ ବିବାହର ଆୟୋଜନ କରିଥିଲେ। ସେମାନେ ଆମକୁ ଧୋକା ଦେଇଛନ୍ତି । ଅନ୍ୟପଟେ କନ୍ୟାର ପରିବାର ଲୋକେ କହିଛନ୍ତି ଯେ, ଏ ବିଷୟରେ ଆମ ବରର ସମ୍ପର୍କୀୟଙ୍କୁ ଅବଗତ କରାଇଥିଲୁ । ବିବାହ ସମୟରେ ନଗଦ ଅର୍ଥ ରାଶି ଦେବାକୁ ସେମାନେ ଆମକୁ କହିଥିଲେ । ଆମେ କିନ୍ତୁ ମନା କରି ଦେବାରୁ ସେମାନେ ବାହାନା କରି ବିବାହକୁ ଭାଙ୍ଗି ଦେଲେ। ଏହାପରେ କନ୍ୟା ଘର ପରିବାର ଲୋକେ ଯୌତୁକ ନଦେବାରୁ ବର ବିବାହ କରିବାକୁ ମନା କରି ଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ବର ପକ୍ଷଙ୍କ 9ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.