ETV Bharat / bharat

HEAVY SNOWFALL: JCBରେ ଶାଶୁ ଘର ଗଲା କନ୍ୟା

author img

By

Published : Jan 24, 2022, 7:59 PM IST

ସାଧାରଣତଃ ବର ନିଜ ପତ୍ନୀଙ୍କୁ ଶାଶୁଘରକୁ ନେବା ପାଇଁ ବରଯାତ୍ରୀ ସହିତ କାର କିମ୍ବା ଘୋଡ଼ାଗାଡ଼ିରେ ଆସିଥାଏ । କିନ୍ତୁ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଜେସିବିରେ ବର ଆସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

HEAVY SNOWFALL: JCBରେ ଶାଶୁ ଘର ଗଲା କନ୍ୟା
HEAVY SNOWFALL: JCBରେ ଶାଶୁ ଘର ଗଲା କନ୍ୟା

ସିମଲା: ସାଧାରଣତଃ ବର ନିଜର କନ୍ୟାକୁ ନେବା ପାଇଁ କାର କିମ୍ବା ଘୋଡ଼ା ଉପରେ ବସି ଆସିଥାଏ । କିନ୍ତୁ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ବର କୌଣସି କାର୍‌ କିମ୍ବା ଘୋଡ଼ାଗାଡ଼ିରେ ନୁହେଁ ବରଂ ଜେସିବି ଜରିଆରେ ଦୁଲହନ୍‌କୁ ଶାଶୁ ଘର ଆଣିଛି । ହିମାଚଳ ପ୍ରଦେଶରେ ଗତ ୨ ଦିନ ଧରି ତୁଷାରପାତ ଯୋଗୁଁ ସମସ୍ତ ରାସ୍ତା ବନ୍ଦ ଥିବାରୁ ବର ଏପରି କରିଥିବା ଜଣାପଡ଼ିଛି ।

HEAVY SNOWFALL: JCBରେ ଶାଶୁ ଘର ଗଲା କନ୍ୟା

ବର ନିଜ ବରଯାତ୍ରୀଙ୍କ ସହିତ ସିରମୌର ଜିଲ୍ଲାର ସିଙ୍ଗଡାହ ଡିଗ୍ରୀ କଲେଜ ଦେଇ ସୌମ୍ଫର ଗାଁକୁ ଶୋଭାଯାତ୍ରାରେ ଯିବାର ଯୋଜନା ରହିଥିଲା । କିନ୍ତୁ, ସିଙ୍ଗଡାହ ଠାରୁ 8 କିଲୋମିଟର ପର୍ଯ୍ୟନ୍ତ ତୁଷାରପାତ ଯୋଗୁଁ ରାସ୍ତା ବନ୍ଦ ରହିଥିଲା । ଏହି ରାସ୍ତାରେ କାରରେ ଯିବା ସମ୍ଭବ ହେଲା ନାହିଁ । ଏଭଳି ପରିସ୍ଥିତିରେ ଜେସିବି ଜରିଆରେ ବର ଓ ପରିବାର ଗାଁରେ ପହଞ୍ଚିଥିଲେ । ଆଜି(ସୋମବାର) ସକାଳେ ବିବାହ ପରେ ବର ସମସ୍ତ ରୀତିନୀତି ସମାପ୍ତ କରି ପୁଣି ସେହି ଜେସିବିରେ ନିଜ ପତ୍ନୀଙ୍କୁ ଧରି ଘରକୁ ଫେରିଥିଲେ ।

ସୂଚନା ଥାଉ କି ସିଙ୍ଗଡାହର ଉପରି ଭାଗରେ ଗତ ଶନିବାରଠାରୁ ଭୀଷଣ ତୁଷାରପାତ ହେଉଛି । ଫଳରେ ରାସ୍ତାରେ ୨ରୁ ୩ ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିଛି । ଏଥିଲାଗି ସିଙ୍ଗଡାହ-ଚୌପାଲ, ହରିପୁରଧାର-ନୌହରାଧାର, ସିଙ୍ଗଡାହ-ଗତ୍ତାଧାର ଓ ନୌହରାଧାର-ସିଙ୍ଗଡାହ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ଅଞ୍ଚଳରେ ରାସ୍ତାରୁ ବରଫ ହଟାଇବା ପାଇଁ ଜେସିବି ସାହାଯ୍ୟ ନିଆଯାଇଥିବା ବେଳେ ଏହି ପ୍ରକ୍ରିୟା ପାଇଁ ଅନେକ ସମୟ ଲାଗିଥାଏ ।

ଏହି ତୁଷାରପାତ ଯୋଗୁଁ ଅନେକ ସ୍ଥାନରେ ପ୍ରାୟ ୧୫୦ରୁ ଅଧିକ ଯାନବାହନ ଫସି ରହିଛି । ଏହି ଯାନବାହନରେ ଅନେକ ପର୍ଯ୍ୟଟକ ଫସି ରହିଥିବା ମଧ୍ୟ ଜଣାପଡ଼ିଛି । ନିର୍ମାଣ ବିଭାଗ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ରାସ୍ତାରୁ ବରଫ ହଟାଇବା ପାଇଁ ପ୍ରାୟ ୮ରୁ ଅଧିକ ଜେସିବି ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.