ETV Bharat / bharat

ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତାଙ୍କୁ 29 ସପ୍ତାହରେ ଗର୍ଭପାତ ପାଇଁ ବମ୍ବେ ହାଇକୋର୍ଟଙ୍କ ଅନୁମତି - ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତା ଗର୍ଭପାତ ଅନୁମତି

ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତାଙ୍କୁ 29 ସପ୍ତାହରେ ଗର୍ଭପାତ ପାଇଁ ବମ୍ବେ ହାଇକୋର୍ଟଙ୍କ ଅନୁମତି । ମେଡିକାଲ ରିପୋର୍ଟରେ ଦୁଷ୍କର୍ମର ଶିକାର ହେବା ପରେ ପୀଡିତା ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଥିଲା । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ 29 ସପ୍ତାହରେ ଗର୍ଭପାତ ପାଇଁ ବମ୍ବେ ହାଇକୋର୍ଟଙ୍କ ଅନୁମତି

author img

By ETV Bharat Odisha Team

Published : Oct 12, 2023, 10:18 PM IST

ମୁମ୍ବାଇ: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ 29 ସପ୍ତାହରେ ଗର୍ଭପାତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । କୋହ୍ଲାପୁର ଜିଲ୍ଲାର ଏହି ପୀଡିତାଙ୍କ ମାତାପିତା ଏହି ଆବେଦନ ସହ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । 25 ବର୍ଷୀୟା ପୀଡିତା ଜଣେ ଦିବ୍ୟାଙ୍ଗ ଓ ସେ ଦୁଷ୍କର୍ମର ଶିକାର ହେବା ପରେ ମାନସିକ ଭାବେ ଅସୁସ୍ଥ ହୋଇପଡିଥିବା ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ତେବେ କୋର୍ଟ ମାମଲାରେ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରୀ ରିପୋର୍ଟ ବିଶ୍ଳେଷଣ କରିବା ପରେ କୋର୍ଟ ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ପୀଡିତାଙ୍କ ପିତାମାତା କରିଥିବା ଆବେଦନରେ ଦର୍ଶାଇଥିଲେ, ପୂର୍ବରୁ ଦୁଷ୍କର୍ମ ନେଇ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇସାରିଛି । ପୀଡିତା ଗର୍ଭବତୀ ଥିବା ସମ୍ପର୍କରେ ସେମାନେ ବହୁ ବିଳମ୍ବରେ ଜାଣିବାକୁ ପାଇଥିଲେ । ପୀଡିତା ଜଣେ ଦିବ୍ୟାଙ୍ଗ ଓ ସେ ମାନସିକ ଭାବେ ଅସୁସ୍ଥ । ତେଣୁ ସେ ସନ୍ତାନ ପ୍ରସବ କଲେ ସେ ତାର ଯତ୍ନ ନେଇପାରିବେ ନାହିଁ । ତେଣୁ ଏହି ମାମଲାରେ ଗର୍ଭପାତ ଅନୁମତି ଦେବା ଜରୁରୀ । ଗର୍ଭାବସ୍ଥା 29 ସପ୍ତାହରେ ପହଞ୍ଚି ସାରିଥିବାରୁ କୋର୍ଟ ଡାକ୍ତରୀ ରିପୋର୍ଟର ଆବଶ୍ୟକତା ଥିବା ଦର୍ଶାଇଥିଲେ ।

ଆଜି ଶୁଣାଣିରେ ଡାକ୍ତରୀ ଟିମ ନିଜ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ପିତାମାତାଙ୍କ ଅଭିଯୋଗ ଅନୁସାରେ ପୀଡିତା ଦୁଷ୍କର୍ମର ଶିକାର ହେବା ପରେ ମାନସିକ ସନ୍ତୁଳନ ହରାଇଥିବା ମେଡିକାଲ ରିପୋର୍ଟରେ ସାମ୍ନାକୁ ଆସିବା ପରେ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି । ପୀଡିତା ମାନସିକ ସନ୍ତୁଳନ ହରାଇସାରିଥିବା ଓ ତାଙ୍କ ବ୍ୟବହାର ସ୍ବାଭାବିକ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ତେଣୁ ସେ ସନ୍ତାନ ପ୍ରସବ କରିବା ପରେ ସମସ୍ୟା ବଢିବାର ଯଥେଷ୍ଟ ଆଶଙ୍କା ରହିଥିଲା । ସେହିପରି ଗର୍ଭପାତ କରିବା ପରେ ପୁଣି ଏକ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ମଧ୍ୟ ଆଜି ଶୁଣାଣିରେ କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି ସର୍ବୋଚ୍ଚ କୋର୍ଟ

ଅନ୍ୟପଟେ ଅନୁରୂପ ଏକ ମାମଲାର ଶୁଣାଣି ମଧ୍ୟ ସର୍ବୋଚ୍ଚ କୋର୍ଟରେ ଜାରି ରହିଛି । ନିଜର ଶାରୀରିକ ଅସୁସ୍ଥତା ଦର୍ଶାଇ ପୂର୍ବରୁ 2 ଥର ମା’ ହୋଇଥିବା ଜଣେ ମହିଳା 26 ସପ୍ତାହରେ ଗର୍ଭପାତ ଅନୁମତି ପାଇଁ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିବା ସହ ଗର୍ଭପାତକୁ ଅନୁମତି ଦେଇନାହାନ୍ତି । ଗର୍ଭସ୍ଥ ଶିଶୁର ଅଧିକାର କଥା ଉଲ୍ଲେଖ କରି ଆଉ ଥରେ ନିଜ ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରିବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ । ଆସନ୍ତାକାଲି ମଧ୍ୟ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.