ETV Bharat / bharat

ରାଜଘାଟରେ ବୃକ୍ଷରୋପଣ କଲେ ଟ୍ରମ୍ପ ଦମ୍ପତି - ରାଜଘାଟରେ ବୃକ୍ଷରୋପଣ କଲେ ଟ୍ରମ୍ପ ଦମ୍ପତି

ଭାରତ ଗସ୍ତର ଦ୍ବିତୀୟ ଦିନରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଟ୍ରମ୍ପ ଦମ୍ପତି । ଏହି ଅବସରରେ ଟ୍ରମ୍ପ ଦମ୍ପତି ରାଜଘାଟରେ ବୃକ୍ଷରୋପଣ କରିଛନ୍ତି ।

Trump plant a tree at Raj Ghat
ରାଜଘାଟରେ ବୃକ୍ଷରୋପଣ କଲେ ଟ୍ରମ୍ପ ଦମ୍ପତି
author img

By

Published : Feb 25, 2020, 11:56 AM IST

ନୂଆଦିଲ୍ଲୀ: ଭାରତ ଗସ୍ତର ଦ୍ବିତୀୟ ଦିନରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଟ୍ରମ୍ପ ଦମ୍ପତି । ଏହି ଅବସରରେ ଟ୍ରମ୍ପ ଦମ୍ପତି ରାଜଘାଟରେ ବୃକ୍ଷରୋପଣ କରିଛନ୍ତି ।

ଆଜି ସକାଳେ ପ୍ରଥମେ ରାଷ୍ଟ୍ରପତି ଭବନ ଯାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Trump plant a tree at Raj Ghat
ରାଜଘାଟରେ ବୃକ୍ଷରୋପଣ କଲେ ଟ୍ରମ୍ପ ଦମ୍ପତି

ପରେ ଏଠାରେ ଥିବା ପରିଦର୍ଶକ ପୁସ୍ତିକାରେ ଟ୍ରମ୍ପ ଦମ୍ପତି ସ୍ବାକ୍ଷର କରିଛନ୍ତି । ‘ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣର ସାର୍ବଭୌମ୍ୟ ଭାରତ ସହିତ ଆମେରିକାର ଲୋକେ ସର୍ବଦା ଠିଆ ହୋଇଛନ୍ତି । ଭାରତୀୟ ଓ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣକୁ ସମ୍ମାନର ସହିତ ବିଶ୍ବାସ କରନ୍ତି । ଏହା ଏକ ସମ୍ମାନସ୍ପଦ କଥା ।’ ବୋଲି ଟ୍ରମ୍ପ ଦମ୍ପତି ଏଥିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.