ହାଇଦ୍ରାବାଦ: ଇନାଡୁ ଗ୍ରୁପ୍ ଚେୟାରମ୍ୟାନ ରାମୋଜୀ ରାଓଙ୍କୁ ଭେଟିଲେ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକାର କନ୍ସଲ ଜେନେରାଲ ଜୋଏଲ ରିଫମ୍ୟାନ । ଏହି ଅବସରରେ ସେ ରାମୋଜୀ ଫିଲ୍ମ ସିଟି ମଧ୍ୟ ବୁଲିଛନ୍ତି । ଏହାସହ ରାମୋଜୀ ରାଓଙ୍କୁ ଭେଟି ଗଣମାଧ୍ୟମ କ୍ଷେତ୍ରରେ ସଫଳ ଯାତ୍ରା ସମ୍ପର୍କରେ ଜୋଏଲ ପଚାରିବୁଝିଛନ୍ତି । ତେବେ ରାମୋଜୀ ରାଓ ତାଙ୍କୁ ନିଜର ଯାତ୍ରା ସମ୍ପର୍କରେ କହିବା ସହ କିଭଳି ଇନାଡୁ, ଇଟିଭି, ରାମୋଜୀ ଫିଲ୍ମ ସିଟି ଓ ଇଟିଭି ଭାରତ ହୋଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।
ଏ ସବୁ ଜାଣି ଜୋଏଲ ରିଫମ୍ୟାନ ଖୁସି ହେବା ସହ ଇଟିଭି ଭାରତର ଷ୍ଟୁଡିଓ ବୁଲିଥିଲେ । ଏହି ଅବସରରେ ନେଟୱାର୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ବାପିନାଇଡୁ ଚୌଧୁରୀ ତାଙ୍କୁ କିଭଳି ଗୋଟିଏ ନେଟୱାର୍କରେ 13ଟି ଭାଷାରେ ଖବର ପରିବେଶଷ କରାଯାଉଛି ବୁଝାଇଥିଲେ । ସେପଟେ ଏ ସବୁ ଜାଣିବା ପରେ ଜୋଏଲ ରିଫମ୍ୟାନ ଭାରତରେ ପ୍ରଥମ ଥର ଏପରି ଏକ ପରିକଳ୍ପନା ଓ ଏତେ ସଂଖ୍ୟକ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ପାଇଁ ରାମୋଜୀ ରାଓଙ୍କୁ ଧନ୍ୟବାଦ ଦେଇଥିଲେ ।