ନୂଆଦିଲ୍ଲୀ: ଅନଲକ-1 ଅନୁସାରେ ଜୁନ 8ରୁ ଧାର୍ମିକ ସ୍ଥଳ, ରେଷ୍ଟୁରାଣ୍ଟ, ହୋଟେଲ ସମସ୍ତ ଖୋଲିବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ(SOP) ଜାରି କରାଯାଇଛି ।
ସଂକ୍ରମଣକୁ ଦୃଷ୍ଟିରେ ରଖି ଧାର୍ମିକ ସ୍ଥଳକୁ ଏହି SOP ଆଧାରରେ ଖୋଲିବାକୁ ଯାଉଛି ।
- କଣ୍ଟେନମେଣ୍ଟ ଜୋନ ଗୁଡିକରେ ବନ୍ଦ ରହିବ
- ଧାର୍ମିକ ସ୍ଥଳୀକୁ କୌଣସି ସାଧାରଣ ଲୋକେ ପ୍ରବେଶ କରିବେ ନାହିଁ । ବାହାରୁ ଦର୍ଶନ କରି ପାରିବେ ।
- ମୂର୍ତ୍ତି, ପ୍ରଭୁଙ୍କ ପ୍ରତିମୂର୍ତ୍ତି କିମ୍ବା ପବିତ୍ରକୁ ଛୁଇଁବା ମନା, ବଡ ସମାବେଶକୁ ମନା ।
- ସାମାଜିକ ଦୂରତାକୁ ମାନି ଜଣେ ଅନ୍ୟ ଜଣଙ୍କ ଠାରୁ 6 ଫୁଟ ଦୂରତା ବଜାୟୀ ରଖିବାକୁ ପଡିବ ।
- ରେକର୍ଡ ହୋଇଥିବା ଭଜନ ଗୀତ ବଜାଯାଇପାରିବ କିନ୍ତୁ ସାମୂହିକ ଭାବେ ଗୀତ ଗାଇବାକୁ ବାରଣ କରାଯାଇଛି ।
- 65 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ଗର୍ଭବତୀ କିମ୍ବା ଶିଶୁଙ୍କୁ ଯିବାକୁ ମନା କରାଯାଇଛି ।
- ଲକ୍ଷଣ ନଥିବା ବ୍ୟକ୍ତି ମାସ୍କ ପିନ୍ଧି ପ୍ରବେଶ କରିପାରିବେ ।
- ଏହା ସହ ସମସ୍ତେ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ସହ ବ୍ୟବହାର କରୁଥିବା ନିହାତି ଜରୁରୀ ।
ରେଷ୍ଟୁରାଣ୍ଟ/ ହୋଟେଲ
- 65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନଙ୍କୁ ଜରୁରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
- କଣ୍ଟେନମେଣ୍ଟ ଜୋନରେ କୌଣସି ଅଫିସ ଖୋଲିବ ନାହିଁ ।କେବଳ ଅତ୍ୟାବଶ୍ୟକୀୟ ଓ ମେଡିସିନ ଷ୍ଟୋର ପାଇଁ ଅନୁମିତ ଦିଆଯାଇଛି ।
- ସାମାଜିକ ଦୂରତା ନିୟମ ପାଳିବାକୁ କଡାକଡି କରାଯାଇଛି । କର୍ମଚାରୀମାନେ ହାତରେ ଗ୍ଲୋଭସ ଓ ମାସ୍କ ପିନ୍ଧିବା ଜରୁରୀ ।
- ବିନା ଲକ୍ଷଣ କର୍ମଚାରୀ ଓ ଅତିଥିଙ୍କୁ କାର୍ଯ୍ୟାଳୟ କିମ୍ବା ହୋଟେଲକୁ ଅନୁମତି ମିଳିବ
- ପ୍ରବେଶ ପଥରେ ସାନିଟାଇଜର ସହ ଥର୍ମାଳ ସ୍କ୍ରିନିଂ ମଧ୍ୟ ଜରୁରୀ ।
- ହୋଟେଲରେ ରହିବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟ ।
- ଲିଫ୍ଟରେ କମ ସଂଖ୍ୟକ ଲୋକେ ଯେପରି ସେ ସୁବିଧା କରିବାକୁ ପଡିବ ।
- ରେଷ୍ଟୁଟାଣ୍ଟରେ ଡିସପୋଜାଲ ମେନ୍ୟୁ କାର୍ଡ ବ୍ୟବହାର କରିବାକୁ ପରାମର୍ଶ ଦିଆାଇଛି ।
- ଅଧିକରୁ ଅଧିକ ଡିଜିଟାଲ ପେମେଣ୍ଟ କରିବାକୁ ପଡିବ ।
- ବଫେଟ୍ ସେବା ସମୟରେ ସାମାଜିକ ଦୂରତା ଅନୁସରଣ କରାଯିବା ।
- ରେଷ୍ଟୁରାଣ୍ଟରେ ବସି ଖାଇବା ପରିବର୍ତ୍ତେ, ଘରକୁ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଉ ।
କାର୍ଯ୍ୟାଳୟ
- ଗୋଟିଏ କିମ୍ବା କିଛି ବ୍ୟକ୍ତି, ଯଦି ଏକ କୋଠରୀ / ବନ୍ଦ ରୁମରେ କାମ କରନ୍ତି, ତେବେ ସେମାନଙ୍କ ଠାରେ କୋଭିଡ୍ -19 ର ଲକ୍ଷଣ ଦେଖିବାକୁ ମିଳିଥାଏ ।
- ଅସୁସ୍ଥ ବ୍ୟକ୍ତିଙ୍କୁ ଗୋଟିଏ କୋଠରୀ କିମ୍ବା ଭିନ୍ନ ଏକ ସ୍ଥାନରେ କାମ କରିବାକୁ ଦିଆଯାଉ । ଯେମିତି ସେ ଅନ୍ୟ କୌଣସି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବେ ନାହିଁ ।
- ଡାକ୍ତରଙ୍କ ପରାମର୍ଶ ନ ନେବା ପର୍ଯ୍ୟନ୍ତ ମାସ୍କ ଓ ମୁହଁକୁ ଘୋଡାଇ ରଖିବାକୁ ପଡିବ ।
- ଆବଶ୍ୟକ ପଡିଲେ ତୁରନ୍ତ ନିକଟସ୍ଥ ଚିକିତ୍ସା ସୁବିଧା - ଡାକ୍ତରଖାନା / କ୍ଲିନିକ୍ - କିମ୍ବା ରାଜ୍ୟ କିମ୍ବା ଜିଲ୍ଲା ହେଲ୍ପଲାଇନକୁ କଲ କରିବେ ।
- ନିର୍ଦ୍ଦିଷ୍ଟ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ - ଜିଲ୍ଲା ଆରଆରଟି / ଚିକିତ୍ସା କରୁଥିବା ଡାକ୍ତରଙ୍କ ଦ୍ବାରା
- ଏକ ବିପଦର ମୂଲ୍ୟାଙ୍କନ କରାଯିବ ଏବଂ ସେହି ଅନୁଯାୟୀ ମାମଲାର ପରିଚାଳନା, ତାଙ୍କ ସମ୍ପର୍କ ଏବଂ ନିରାକରଣର ଆବଶ୍ୟକତା ଉପରେ ଅଧିକ ପରାମର୍ଶ ଦିଆଯିବ ।
- ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟରେ ସାମାନ୍ୟ ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ହୋମ ଆଇସୋଲେସନରେ ରହିବାକୁ ପଡିବ ।