ଗାନ୍ଧିନଗର: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପରିବାର । ହେଲେ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆସିଛନ୍ତି ଭାରତ । ଫଳରେ ସେ ନିଜେ ପିନ୍ଧିଥିବା ପୋଷାକରେ ଦେଶୀ ଟଚ ଦେଇଥିବା ଦେଖିବାକୁ ମିଳିଛି ।
ଭାରତ ଗସ୍ତ ସମୟରେ ମେଲାନିଆ ଟ୍ରମ୍ପ ଧଳା ରଙ୍ଗର ଆଉଟଫିଟ ପିନ୍ଧିଥିଲେ । ଫ୍ରେଞ୍ଚ ଆମେରିକାନ ଡିଜାଇନର ହେର୍ଭ ପେର ଏହି ପୋଷାକର ଡିଜାଇନ କରିଥିଲେ । ଗ୍ରୀନ ସିଲ୍କ ଏବଂ ଗୋଲ୍ଡ ମେଟାଲିକ ସୂତାରେ ଡିଜାଇନ ହୋଇଛି ମିସେସ ଟ୍ରମ୍ପଙ୍କ ପୋଷାକକୁ ଆହୁରି ଅକର୍ଷଣୀୟ କରୁଥିବା ସାସ ।
କେବଳ ଭାରତ ଗସ୍ତ ପାଇଁ ଏହି ସ୍ବତନ୍ତ୍ର ପୋଷାକ ଡିଜାଇନ କରାଇଛନ୍ତି ମେଲାନିଆ ଟ୍ରମ୍ପ । ତେବେ ଡିଜାଇନର ଏହି ପୋଷାକର ଡିଜାଇନ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି ।