ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦାୀଙ୍କ ସହ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ରବିବାର ସକାଳେ ବରିଷ୍ଠ ବିଚ୍ଛିନ୍ନତାବାଦୀ ନେତା ତଥା ସୟଦ ଅଲି ଶାହା ଗିଲାନୀଙ୍କ ଘନିଷ୍ଠ ସହଯୋଗୀ ଶରଫ ସେହରାଇଙ୍କୁ ହେପାଜତକୁ ନେଇଛି ପୋଲିସ । ତେହେରିକ୍-ଏ-ହୁରିୟାତର ଅଧ୍ୟକ୍ଷ ସେହରାଇଙ୍କୁ ବରଜାଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ଏନେଇ ବିଶେଷ ସୂତ୍ରରୁ ଜଣାପଡିଛି ।
ଗତ ବର୍ଷ ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମରରୁ ଧାରା 370 ଉଚ୍ଛେଦ ହେବାପରେ ସେହରାଇଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ତେବେ ମାର୍ଚ୍ଚ 2018 ରେ ସେହରାଇଙ୍କ ପୁତ୍ର ଜୁନୈଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଚଳିତ ବର୍ଷ ମେ 19ରେ ଶ୍ରୀନଗର ସହରର ନୱାକାଡାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜୁନୈଦ ନିହତ ହୋଇଥିଲା ।
ତେବେ ବରିଷ୍ଠ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନି ନିକଟରେ ରାଜନୀତିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ଘୋଷଣା କରିଥିଲେ । ଏହାର କିଛି ଦିନ ପରେ ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ଗିଲାନୀ ସରନୀତିରୁ ଅଲଗା ହେବା ପରେ ସେହରାଇ ତାଙ୍କ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ 26 ବିଚ୍ଛିନ୍ନତାବାଦୀ ଦଳର ଏକ ସଂଗଠନ ଅଲ୍ ପାର୍ଟି ହୁରିୟତ ସମ୍ମିଳନୀରେ ତେହେରିକ୍-ଏ-ହୁରିୟାତର ପ୍ରତିନିଧିତ୍ୱ କରୁଥିଲେ।