ହାଇଦ୍ରାବାଦ: ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତକୁ ନେଇ ନିଜ ମନ୍ତବ୍ୟ ରଖିଥିଲେ । ତାଙ୍କ ମତରେ ଭାରତର 60କୋଟି ବାସିନ୍ଦା ବାହାରେ ଶୌଚ କରିବାରୁ ମୁକ୍ତ ହୋଇଛନ୍ତି କାରଣ 60 ମାସ ମଧ୍ୟରେ 11କୋଟି ଶୌଚାଳୟ ନିର୍ମାଣ କରିବାରେ ସଫଳ ହୋଇଛି ସରକାର । ଏପରି ଅନେକ ଗ୍ରାମ ଅଛି, ଯେଉଁଠି କୌଣସି ବି ଲୋକ ବାହାରେ ଶୌଚ କରୁନାହାନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଲ୍ ଗେଟ ଓ ମେଲିଣ୍ଡା ଗେଟ୍ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର୍’ ସମ୍ମାନରେ ସମ୍ମାନିତ କରାଯାଇଛି ।
କିନ୍ତୁ 76ତମ ନ୍ୟାସନାଲ ସାମ୍ପଲ ସର୍ଭେ(NSS) ପ୍ରଧାନମନ୍ତ୍ରୀଙ୍କ ବୟାନକୁ ସମ୍ପୁର୍ଣ୍ଣ ଖାରଜ କରି ଗ୍ରାମାଞ୍ଚଳରେ ପ୍ରାୟ 29 ପ୍ରତିଶତ ସ୍ଥାନରେ ଶୌଚାଳୟ ସୁବିଧା ନାହିଁ । ଓଡିଶା ଓ ଉତ୍ତରପ୍ରଦେଶର ଅଧା ଗ୍ରାମରେ ଶୌଚାଳୟ ସୁବିଧା ନାହିଁ । ଅନ୍ୟପକ୍ଷେ ତାମିଲନାଡୁ, ରାଜସ୍ଥାନ ଓ ଝାରଖଣ୍ଡର 30 ପ୍ରତିଶତ ସ୍ଥାନରେ ଶୌଚାଳୟ ନାହିଁ । ସରକାର ଲୋକଙ୍କ ସୁବିଧା ପାଇଁ ଅର୍ଥ ଯୋଗାଇଦେଉଥିଲେ ମଧ୍ୟ ମାତ୍ର 17 ପ୍ରତିଶତ ଏହାର ଲାଭ ଉଠାଇପାରୁଛନ୍ତି । ମୋଦି ଗତ ବର୍ଷ ଅପ୍ରିଲରେ କହିଥିଲେ କି, ଦେଶର ସମସ୍ତ ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚିବ ମାତ୍ର ଏଯାଏଁ 4.5 ମିଲିୟନ ଅଞ୍ଚଳରେ ବିଜୁଳି ସାତ ସପନ ।
ଚଳିତ ମାସ ସେପ୍ଟେମ୍ବରରେ ଦୁଇ ଦଳିତ ଶିଶୁଙ୍କୁ ପିଟିପିଟି ମାରିଦେଇଥିଲେ, ଏହାର କାରଣ କି ସେମାନେ ବାହାରେ ଶୌଚ କରିଥିଲେ । ମଧ୍ୟପ୍ରଦେଶର ଶିବପୁରି ପଞ୍ଚାୟତର ଭାବଖେଡି ଗ୍ରାମର ଘଟଣା । ଏହାର କାରଣ ସେମାନଙ୍କ ପାଖରେ ଶୌଚାଳୟ ସୁବିଧା ନଥିଲା । ଯେଉଁ ଗ୍ରାମରେ ଏହି ଘଟଣା ଘଟିଥିଲା ତାକୁ ସ୍ବଚ୍ଛତା ଗ୍ରାମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ସେଠାରେ ଥିବା ଦଳିତଙ୍କ ପାଖରେ ଶୌଚାଳୟର ସୁବିଧା ନାହିଁ । ଏପରି ଦେଶରେ ଅନେକ ଗ୍ରାମ ଅଛି, ଯେଉଁଠି ବାହାରେ ଶୌଚ ହେବା ଏକ ଅପରାଧ । ଏହି ଗ୍ରାମ ଗୁଡିକର ସ୍ବଚ୍ଛତା ବିଷୟରେ ଯାଞ୍ଚ କରିବା ପାଇଁ ଏକ ଦଳ ଗଠନ କରାଗଲା । ତେବେ ଅନେକ ଗ୍ରାମରେ ଏହି ଯାଞ୍ଚ ଠିକ୍ ରୂପେ ସମାପନ ହେଲାନି ।
ସେପ୍ଟେମ୍ବର 26ରେ ପ୍ରଥମ ପର୍ଯ୍ୟାୟରେ ଓଡିଶାର 23,902ଗ୍ରାମକୁ ଯାଞ୍ଚ କରାଯାଇଥିଲା ପୁଣି ସେପ୍ଟେମ୍ବର 30 ବେଳକୁ ଏହି ସଂଖ୍ୟା ବଢି 37,000 ହୋଇଗଲା । ମାନେ 4 ଦିନରେ 13 ହଜାର ଗାଁର ଯାଞ୍ଚ କରାଯାଇଥିଲା । ଏହା ସମ୍ଭବ କେମିତି । ପାଖାପାଖି 6 ଲକ୍ଷ ଗ୍ରାମକୁ ସ୍ବଚ୍ଛ ଗ୍ରାମ ଭାବରେ ଘୋଷଣା କରାଯାଇଛି, ଯେତେବେଳେ କି ଦ୍ବିତୀୟ ପର୍ଯ୍ୟାୟରେ କେବଳ 25 ପ୍ରତିଶତ ଗ୍ରାମ ଯାଞ୍ଚ ହୋଇଥିଲା ।
ପାଞ୍ଚ ବର୍ଷ ତଳେ ମୋଦି ସରକାର ଗାନ୍ଧିଜୀଙ୍କ ସ୍ବଚ୍ଛ ଭାରତ ସ୍ବପ୍ନକୁ ପୂରଣ କରିବା ପାଇଁ ସ୍ବଚ୍ଛ ଭାରତ ମିଶନ୍ ଆରମ୍ଭ କରିଥିଲେ ଓ ଟାର୍ଗେଟ ରଖିଥିଲେ 2019 ଅକ୍ଟୋବର 2ର । ଗାନ୍ଧିଜୀଙ୍କ 150ତମ ଜନ୍ମବାର୍ଷିକିରେ ସମ୍ପୁର୍ଣ୍ଣ ଭାରତକୁ ସ୍ବଚ୍ଛ କରିଦେଖାଇବେ । ଯେତେବେଳେ ଏହି ଟାର୍ଗେଟ ତାଙ୍କର ପୁରା ନହେଲା,ତେବେ ସେ ଲୋକଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେ । ସରକାରୀକଳର ଅପବ୍ୟବହାର କଲେ । ଏକଥା ଆମେ କହୁନୁ, ଅଭିଯାନର ଯାଞ୍ଚ କରୁଥିବା ଲିଓ ହିଲର ଏକଥା କହିଛନ୍ତି । ଶୌଚାଳୟ ନିର୍ମାଣ ନକଲେ ରାସନ୍ କାର୍ଡ, ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବା ଆଦି ଧମକ ଦେଲା ସରକାର । 5 ବର୍ଷ ମଧ୍ୟରେ ପ୍ରାୟ 80,000କୋଟି ଖର୍ଚ୍ଚ ହୋଇଛି ମାତ୍ର ସେତିକି ମାତ୍ରାରେ ସୁଫଳ ଭାରତକୁ ମିଳିପାରିନାହିଁ ।
ଯେଉଁ ଗ୍ରାମରେ ବା ଯେଉଁ ପରିବାର ପାଖରେ ଶୌଚାଳୟ ନିର୍ମାଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜମି ନାହିଁ, ସେମାନେ କେଉଁଠି ଶୌଚାଳୟ ନିର୍ମାଣ କରିବେ । ସେ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଥିପାଇଁ ପ୍ରତିଥର ହରିୟାଣାରେ ଅସନ୍ତୋଷ ପ୍ରକାଶ ପାଇଥାଏ । ଯେଉଁମାନଙ୍କ ଆର୍ଥିକ ସମସ୍ୟା ରହିଛି କି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଜମି ନାହିଁ, ସେମାନେ ଏହି ଯୋଜନାର ଲାଭ କିପରି ଉଠାଇ ପାରିବେ । ଏମିତି ବି ଅନେକ ଗ୍ରାମ ଅଛି, ଯେଉଁଠି ଜଳର ସମସ୍ୟା ମଧ୍ୟ ରହିଛି । ଓଡିଶା ଭଳି ରାଜ୍ୟରେ ଏହି ସମସ୍ୟା ଜଟିଳ । କଳାହାଣ୍ଡି କନକପୁରର ତରଙ୍ଗଣୀ ମିଶ୍ରଙ୍କ ଅନୁସାର, ସେଠାରେ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ରହୁଛି । ଜଳ ସମସ୍ୟା କାରଣରୁ ଶୌଚାଳୟ ବ୍ୟବହାର ଅସମ୍ଭବ ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳଙ୍କ ମତରେ, ଜଳ ଏକମାତ୍ର ସମସ୍ୟା କାରଣରୁ ଶୌଚାଳୟ ନିର୍ମାଣ ସମ୍ଭବ ହେଉନାହିଁ ।
ଗତ ବର୍ଷ ଜୁଲାଇ 19ରେ ସଂସଦରେ ଗ୍ରାମାଞ୍ଚଳ ବିକାଶର ଏକ କମିଟି ରିପୋର୍ଟ ଉପସ୍ଥାପନା କରିଥିଲା । ରିପୋର୍ଟରେ ମହାତ୍ମାଗାନ୍ଧୀଙ୍କ ସ୍ବଚ୍ଛଭାରତ ସ୍ବପ୍ନ ବାସ୍ତବ ହୋଇପାରି ନାହିଁ ବୋଲି ସେ କହିଛନ୍ତି । ତେବେ ପେପର କାମ ଓ ବାସ୍ତବରେ ଆକାଶପାତାଳ ପ୍ରଭେଦ ରହିଛି ।
ମାଗସେସେ ଆୱାର୍ଡ ଓ ନ୍ୟାସନାଲ କନଭେନର ଅଫ୍ ସଫାଇ କର୍ମଚାରୀ ଆନ୍ଦୋଳନର ବେଜୱାଡ ୱିଲସନଙ୍କ ମତରେ ଦେଶରେ 96 ଲକ୍ଷ ଶୁଷ୍କ ଶୌଚାଳୟ ରହିଛି । ବର୍ଜ୍ୟବସ୍ତୁକୁ ବାହାରେ ଫୋପାଡିବା ଛଡା ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ । ମାତ୍ର କେନ୍ଦ୍ରର କହିବାନୁସାରେ, ପରିବେଶ ଅନୁକୂଳ ପ୍ରତି ଶୌଚାଳୟ ପାଇଁ ଦୁଇଟି ପାଥୋହୋଲ୍ କରାଯାଇଛି ଓ ପ୍ରତ୍ୟେକର ଉଚ୍ଚତା 50 କ୍ୟୁବିକ୍ ଫିଟ୍ । କିନ୍ତୁ ଏଇଟା କହିନଥିଲେ କି, ବର୍ଜ୍ୟବସ୍ତୁକୁ ନଦୀ ପାଖ ସ୍ଥାନରେ ପକାଯାଉଛି, ଯାହା ପାଣିରେ ବିଭିନ୍ନ ରୋଗର କାରଣ ହେଉଛି ।