ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମ୍ଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି । ଶୁକ୍ରବାର, ସୁପ୍ରିମକୋର୍ଟ ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି । ଟେନିସ ଟୁର୍ଣ୍ଣାମେଣ୍ଟରେ ସାମିଲ ଲାଗି ୟୁକେ ଓ ଫ୍ରାନ୍ସ ଗସ୍ତ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ କାର୍ତ୍ତୀଙ୍କୁ ଫେବୃଆରୀ 14ରୁ 28 ତାରିଖ ପର୍ଯ୍ୟନ୍ତ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି । ତେବେ 10 କୋଟି ଟଙ୍କାର ଜମାନତ ରଖି କୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି । ସୂଚନାଥାଉକି, ଆର୍ଥିକ ହେରଫେର ମାମଲାରେ ତାଙ୍କ ବିରୋଧରେ ଇଡି ଓ ସିବିଆଇ ମାମଲା ରୁଜୁ କରିଛନ୍ତି । ଫଳରେ ତାଙ୍କୁ ବିଦେଶ ଯିବା ଲାଗି କୋର୍ଟଙ୍କ ଅନୁମତି ଦରକାର ପଡୁଛି ।
ସୂଚନାଥାଉକି, ଗତ ବର୍ଷ ଜୁନରେ କିର୍ତ୍ତୀ କୋର୍ଟଙ୍କ ଅନୁମତି ନେଇ ଆମେରିକା, ସ୍ପେନ ଓ ଜର୍ମାନୀ ଗସ୍ତରେ ଯାଇଥିଲେ । ଯେଉଁଥିଲାଗି ତାଙ୍କୁ 10 କୋଟି ଟଙ୍କାର ଜମାନତ ରଖିବାକୁ ପଡିଥିଲା ।
ସୌଜନ୍ୟ: @ANI