ETV Bharat / bharat

କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ସୋନିଆଙ୍କ ଇଚ୍ଛା ପ୍ରକାଶ, CWC ବୈଠକରେ ହୋଇପାରେ ନିର୍ଣ୍ଣୟ

author img

By

Published : Aug 23, 2020, 6:39 PM IST

ଅଧ୍ୟକ୍ଷ ପଦ ଛାଡିବା ନେଇ ସୋନିଆ ଗାନ୍ଧୀ ଇଚ୍ଛା ପ୍ରକାଶ କରିଥିବା ଖବର ସାମ୍ନାକୁ ଆସିଛି । ସେପଟେ ସୋମବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବ । ଅଧିକ ପଢନ୍ତୁ...

କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ସୋନିଆଙ୍କ ଇଚ୍ଛା ପ୍ରକାଶ, CWC ବୈଠକରେ ହୋଇପାରେ ନିର୍ଣ୍ଣୟ
କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ସୋନିଆଙ୍କ ଇଚ୍ଛା ପ୍ରକାଶ, CWC ବୈଠକରେ ହୋଇପାରେ ନିର୍ଣ୍ଣୟ

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଧରିବାକୁ ନେଇ ଦଳରେ ଦ୍ବନ୍ଦ ଉପୁଜିଥିବା ସମୟରେ ଅଧ୍ୟକ୍ଷ ପଦ ଛାଡିବା ନେଇ ସୋନିଆ ଗାନ୍ଧୀ ଇଚ୍ଛା ପ୍ରକାଶ କରିଥିବା ଖବର ସାମ୍ନାକୁ ଆସିଛି । ସେପଟେ ସୋମବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବ । ତେବେ ଏହି ବୈଠକରେ ସୋନିଆଙ୍କ ପଦ ଛାଡିବା ବିଷୟ ଉଠିପାରେ ବୋଲି ଅନୁମାନ କରାଯାଉଛି ।

ସୂତ୍ର ଅନୁଯାୟୀ ଅଧ୍ୟକ୍ଷ ପଦରେ ଆଉ କାର୍ଯ୍ୟଭାର ନସମ୍ଭାଳିବା ନେଇ ସୋନିଆ ଦଳର କିଛି ବରିଷ୍ଠ ନେତାଙ୍କୁ ସ୍ପଷ୍ଟ କରିଛନ୍ତି । ତେବେ ସୋମବାର ହେବାକୁ ଥିବା ବୈଠକରେ ସେ ଏହି ବିଷୟକୁ ପୂନର୍ବାର ଉଠାଇବେ ବୋଲି ଅନୁମାନ କରାଯାଉଛି । ହେଲେ ଅନ୍ୟପକ୍ଷେ ସିଡବ୍ଲ୍ୟୁସି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଏହି କଥାକୁ ଗ୍ରହଣ କରୁନଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ଦାୟିତ୍ବ ନେବାକୁ ନିବେଦନ କରିଛନ୍ତି। ବାଘେଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ମତଭେଦରେ ବିଚଳିତ ନ ହୋଇ କଂଗ୍ରେସର ନେତୃତ୍ୱ ନେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.