ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଏବେ କମୁଥିବା ନଜର ଆସୁଛି । ସୂଚନା ଅନୁସାରେ ସଂଘର୍ଷ ଘଟିଥିବା ଜାଗାରୁ ପଛକୁ ଘୁଞ୍ଚିଛି ଚୀନ ସେନା । ଗଲଓ୍ବାନ ଘାଟି ପାଖରେ ଚୀନ ଯବାନଙ୍କ ସଂଖ୍ୟା କମିଥିବା କୁହାଯାଉଛି ।
ଗଲଓ୍ବାନ ଉପତ୍ୟାକାରେ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଚୀନ ସେନା ପଛକୁ ଘୁଞ୍ଚିଛି । ଭାରତ ଓ ଚୀନ ମଧ୍ୟରେ ଆଲୋଚନା ପରେ ସୀମାରେ ଚୀନ ଯବାନ ଓ ଯାନବାହନର ଗତିବିଧିକୁ କମ କରିଦିଆଯାଇଥିବା ସୂଚନା ମିଳିଛି । ଏହି ଉତ୍ତେଜନାକୁ କମ କରିବା ପାଇଁ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡର ଓ ରାଜନୈତିକ ସ୍ତରୀୟ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଦୁଇ ଦେଶ ରାଜି ହୋଇଥିଲେ ।
ଜୁନ 15ର ବିଳମ୍ବିତ ରାତିରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ 20 ଯବାନ ଶହୀଦ ହୋଇଯାଇଥିଲେ । ଅନ୍ୟପକ୍ଷେ ଚୀନର ମଧ୍ୟ ଅନେକ ସୈନିକଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୀମାରେ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡକାଇଥିଲେ । ଏହାପରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟ ସ୍ତରୀୟ ବୈଠକ ମଧ୍ୟ ହୋଇଥିଲା ।
@ANI