ETV Bharat / bharat

ଶ୍ରୀକୃଷ୍ଣ ଜନ୍ମଭୂମି ଯାଚିକା ସ୍ବୀକାର କଲେ କୋର୍ଟ, ସେପ୍ଟେମ୍ବର 30ରୁ ଶୁଣାଣି

author img

By

Published : Sep 28, 2020, 5:02 PM IST

ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଦାଖଲ ହୋଇଥିବା ଆବେଦନକୁ ମଥୁରା କୋର୍ଟ ଶୁଣାଣି କରିବା ପାଇଁ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର 30 ରୁ ଶୁଣାଣି ପ୍ରକ୍ରିୟା ଏବଂ ବିତର୍କ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଶ୍ରୀକୃଷ୍ଣ ଜନ୍ମଭୂମି ଯାଚିକା
ଶ୍ରୀକୃଷ୍ଣ ଜନ୍ମଭୂମି ଯାଚିକା

ଲକ୍ଷ୍ନୌ: ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଦାଖଲ ହୋଇଥିବା ଆବେଦନକୁ ମଥୁରା କୋର୍ଟ ଶୁଣାଣି କରିବା ପାଇଁ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର 30 ରୁ ଶୁଣାଣି ପ୍ରକ୍ରିୟା ଏବଂ ବିତର୍କ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ପ୍ରକାଶଥାଉକି, ମଥୁରା କୋର୍ଟରେ ଦାଖଲ ହୋଇଥିବା ଏକ ସିଭିଲ୍ ମକଦ୍ଦମାରେ ଶ୍ରୀକୃଷ୍ଣ ଜନ୍ମଭୂମି ପରିସରର 13.37 ଏକରର ମାଲିକାନା ଦାବି କରାଯାଇଛି । ଏହା ସହିତ ରାଜସ୍ଥାନ ଇଦଗା ମସଜିଦକୁ ମନ୍ଦିର ସ୍ଥାନରୁ ହଟାଇବାକୁ ଏକ ଆବେଦନ କରାଯାଇଛି।

ସେପ୍ଟେମ୍ବର 28 ରେ ହୋଇଥିବା ଏକ ସଂକ୍ଷିପ୍ତ ଶୁଣାଣିରେ ଏଡିଜି ଛାୟା ଶର୍ମା ଏହି ମାମଲାର ଶୁଣାଣି ପାଇଁ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟର ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କ ସମେତ ଓକିଲ ରଞ୍ଜନ ଅଗ୍ନିହୋତ୍ରୀ ଏହି ମକୋଦ୍ଦମା ଦାୟର କରିଛନ୍ତି। ଏହି ଆବେଦନରେ 1968 ମସିହାରେ ହୋଇଥିବା ଜମି ବୁଝାମଣାକୁ ଭୁଲ ବୋଲି ବର୍ଣ୍ଣନା କରାଯାଇଛି।

ରଞ୍ଜନ ଅଗ୍ନିହୋତ୍ରୀ କହିଛନ୍ତି ଯେ ଆମେ ଅଯୋଧ୍ୟା ମାମଲାରେ ଲଢିଛୁ । ଏହାକୁ ଜନସାଧାରଣଙ୍କୁ ହସ୍ତାନ୍ତର କରାଯାଇଛି। ଇଟାଲୀ ଯାତ୍ରୀଙ୍କ ମାନଚିତ୍ର ଅନୁଯାୟୀ ଥିବା ଶ୍ରୀକୃଷ୍ଣଙ୍କ ମୁଖ୍ୟ ଜନ୍ମଭୂମୀକୁ ନେଇ ଆବେଦନ କରାଯାଇଛି । ସେପ୍ଟେମ୍ବର 30 ରେ ଉଭୟ ଭଗବାନ ରାମ ଓ କୃଷ୍ଣଙ୍କ ଜନ୍ମସ୍ଥାନ ସମ୍ପର୍କରେ ଉତ୍ତରପ୍ରଦେଶର ଦୁଇଟି ଜିଲ୍ଲା କୋର୍ଟରେ ଆଇନଗତ ପ୍ରକ୍ରିୟା ଚାଲିବ। ଲକ୍ଷ୍ନୌରେ ବିବାଦୀୟ ଢାଞ୍ଚା ସମ୍ପର୍କରେ ଶୁଣାଣି କରିଯିବାକୁ ଥିବା ବେଳେ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମୀକୁ ନେଇ ଶୁଣାଣି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.