ETV Bharat / bharat

ମାୟାନଗରୀ ପାଇଁ ମହାବିପତ୍ତି ଆଣିବ ଅନଲକ-1.0 - ମହାରାଷ୍ଟ୍ର କୋରୋନା

ମହାରାଷ୍ଟ୍ର ପାଇଁ ଚିନ୍ତା ବଢାଇଲା ଅନଲକ-1 ପଦକ୍ଷେପ ! କଟକଣା କୋହଳ ଏବେ ରାଜ୍ୟ ପାଇଁ ଅଧିକ ସାଙ୍ଘାତିକ ହୋଇପାରେ । ଅଧିକ ପଢନ୍ତୁ...

ମୟାନଗରୀ ପାଇଁ ମହାବିପତ୍ତି ଆଣିବ ଅନଲକ-1.0
ମୟାନଗରୀ ପାଇଁ ମହାବିପତ୍ତି ଆଣିବ ଅନଲକ-1.0
author img

By

Published : Jun 8, 2020, 11:37 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଚିନ୍ତା ବଢାଇଲା ଅନଲକ-1 ପଦକ୍ଷେପ । ମହଙ୍ଗା ପଡିପାରେ କଟକଣା କୋହଳ । ଅତି ଉଦବେଗଜନକ ଭାବେ ରାଜ୍ୟରେ ସଂକ୍ରମିତ ମାମଲା ବୃଦ୍ଧି ପାଉଥିବା ବେଳେ କଟକଣା କୋହଳର ଏକ ଦୃଶ୍ୟ ଏବେ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି ।

ଦେଶର ସର୍ବାଧିକ କୋରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ 85 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ହେବା ସହ 3 ହଜାରରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କଲେଣି । ସଂକ୍ରମିତ ମାମଲାରେ ଚୀନକୁ ପଛରେ ପକାଇଛି ମହାରାଷ୍ଟ୍ର। ସେପଟେ କିନ୍ତୁ, ସଂକ୍ରମଣକୁ ନାହିଁ ମୁମ୍ବାଇବାସୀଙ୍କ ଖାତିର । ଯାହା ଆଗକୁ ଆହୁରି ବିପଦ ସୃଷ୍ଟି କରିପାରେ ।

ରବିବାର ସନ୍ଧ୍ୟାରେ ମୁମ୍ବାଇର ମେରାଇନ ଡ୍ରାଇଭରେ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦାମାନ ବୁଲୁଥିବାର ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ଭୁଲି ଲୋକେ ଅନଲକ-1ର ମଜା ଉଠାଇଥିଲେ । ମୁହଁରେ କେବଳ ଗୋଟିଏ ମାସ୍କଟିଏ ପିନ୍ଧିଥିଲେ । ଏହି ଦୃଶ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନରେ ସାମାନ୍ୟ କୋହଳ ଆଣି ସାଇକେଲ ଚଲାଇବା, ଜଗିଂ ଏବଂ ଚାଲିବା ସହିତ କିଛି ବାହ୍ୟ କାର୍ଯ୍ୟକଳାପକୁ ଅନୁମତି ଦେବା ପରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ଅନେକ ରାଜ୍ୟରେ ଘୋଷଣା ହୋଇଥିବା ଅନଲକ-1 କୁ ନେଇ ଚିନ୍ତା ବଢାଇ ଦେଇଛି ।

ଅନଲକ୍ ରଣନୀତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବର୍ତ୍ତମାନ ସକାଳ 5 ରୁ 7 ଟା ମଧ୍ୟରେ ବାହ୍ୟ ଶାରୀରିକ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି। ସରକାରଙ୍କ 'ମିଶନ୍ ପୁନର୍ବାର ଆରମ୍ଭ' ନିର୍ଦ୍ଦେଶାବଳୀରେ ସମସ୍ତ ଦୋକାନ ବଜାର, ଅଣ-କଣ୍ଟେନମେଣ୍ଟ୍ ଜୋନରେ ଖୋଲିବାକୁ ଅନୁମତି ଦେଇଛନ୍ତି । ଶାରୀରିକ କାର୍ଯ୍ୟକଳାପ ପାଇଁ ସର୍ବସାଧାରଣ ସ୍ଥାନଗୁଡିକର ବ୍ୟବହାର କରିପାରିବେ ବୋଲି କୁହାଯାଇଛି ।

ରାଜ୍ୟରେ ମୋଟ 85,975 ମାମଲା ମଧ୍ୟରୁ ମୁମ୍ବାଇରେ 48,774 ମାମଲା ଏବଂ 1,638 ମୃତ୍ୟୁ ଘଟିଛି। 5,58,463 ଲୋକଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯିବା ସହ 28,504 ଜଣଙ୍କୁ ମହାରାଷ୍ଟ୍ରର ଆନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.