ETV Bharat / bharat

ଇଡି ରିମାଣ୍ଡରେ କମଲନାଥଙ୍କ ଭଣଜା ରତୁଲ ପୁରୀ - ratul puri

ବ୍ୟାଙ୍କ ଠକେଇ ମାମଲାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ହେପାଜତକୁ ନେଇଛି ଇଡି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 3, 2019, 5:41 PM IST

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ବିଚାର ବିଭାଗୀୟ ହେପାଜତକୁ ନିଆଯାଇଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ 14 ଦିନ ଇଡି ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଅଗଷ୍ଟ 20 ତାରିଖରେ ଇଡି ରତୁଲଙ୍କୁ ଗିରଫ କରିଥିଲା ।

ତେବେ ବ୍ୟାଙ୍କ ଠକେଇ ମାମଲାରେ ରତୁଲ ପୁରୀଙ୍କ ବିରୋଧରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛି। ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଜର ବେୟରର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଉଛନ୍ତି ରତୁଲ।

ତାଙ୍କ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୩୫୪ କୋଟି ଟଙ୍କା ଦୁର୍ନୀତିର ଅଭିଯୋଗ ରହିଛି । ପୁରୀଙ୍କ ବ୍ୟତୀତ ତାଙ୍କ ମାଆ ନୀତା ପୁରୀ, ଏମବିଆଇଏଲ କମ୍ପାନୀ, ତାଙ୍କ ପିତା ଦୀପକ ପୁରୀ, ସଞ୍ଜୟ ଜୈନ, ଓ ବୀନିତ ଶର୍ମାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଓ ଭ୍ରଷ୍ଟାଚାରର ବିଭିନ୍ନ ଅଭିଯୋଗ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.