ETV Bharat / bharat

ଏଣିକି POCSO ଆକ୍ଟରେ ମିଳିବନି ଦୟା ଯାଚିକ ଅଧିକାର !

ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କ ପାଖରେ ଦୟା ଯାଚିକାର କୌଣସି ଅଧିକାର ନ ରହିବା ଦରକାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଉଥିବା କୋବିନ୍ଦ ମତ ରଖିଛନ୍ତି ।

author img

By

Published : Dec 6, 2019, 7:12 PM IST

President Kovind
ଫଟୋ ସୌଜନ୍ୟ: ଇଟିଭି ଭାରତ

ଜୟପୁର: ଦେଶରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜନଆକ୍ରୋଶ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଡ ବୟାନ ଦେଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କ ପାଖରେ ଦୟା ଯାଚିକାର କୌଣସି ଅଧିକାର ନ ରହିବା ଦରକାର ବୋଲି ରାଷ୍ଟ୍ରପତି କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଶୁକ୍ରବାର ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଯେ ପୋକ୍ସୋ ଆକ୍ଟ ଜରିଆରେ ଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କୁ ଦୟା ଯାଚିକାର ଅଧିକାର ସମାପ୍ତ ହେବାର ଆବଶ୍ୟକତା ରହିଛି । ସଂସଦରେ ଦୟା ଯାଚିକା ଉପରେ ପୁନଃର୍ବିଚାର କରିବା ଦରକାର ବୋଲି କୋବିନ୍ଦ ପ୍ରତିକ୍ରିୟା ଦେଇଛନ୍ତି ।

ମହିଳାଙ୍କ ସୁରକ୍ଷାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମତ ରଖିଛନ୍ତି । ମହିଳାଙ୍କ ସୁରକ୍ଷା ବଡ ଗମ୍ଭୀର ବିଷୟ ବୋଲି ରାଷ୍ଟ୍ରପତି ରାଜସ୍ଥାନରେ ଆୟୋଜିତ ବ୍ରହ୍ମକୁମାରୀ ରାଷ୍ଟ୍ରୀୟ ସମ୍ମିଳନୀରେ କହିଛନ୍ତି । ଏହାସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଶର ଅନ୍ତରଆତ୍ମାକୁ ଦୋହଲାଇ ଦେଉଥିବା କୋବିନ୍ଦ କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ପୁରୁଷଙ୍କ ମନରେ ମହିଳାଙ୍କ ପ୍ରତି ସମ୍ମାନର ଭାବନାକୁ ମଜବୁତ କରିବାର ଦାୟିତ୍ବ ସମସ୍ତ ମାତାପିତାଙ୍କର, ନାଗରିକଙ୍କର, ମୋର ଓ ଆପଣଙ୍କର । ଅନ୍ୟପକ୍ଷେ ରାଷ୍ଟ୍ରପତି ଏ ବିଷୟ ଉପରେ ଟ୍ବିଟ ମଧ୍ୟ କରିଛନ୍ତି । ମହିଳାଙ୍କ ସୁରକ୍ଷା ବିଷୟକୁ ନେଇ ଅନେକ କାମ କରାଯାଇଛି । ହେଲେ ଆହୁରି ଅନେକ କିଛି କରିବା ବାକି ରହିଥିବା ରାଷ୍ଟ୍ରପତି ଟ୍ବିଟରେ ଲେଖିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.