ନୂଆଦିଲ୍ଲୀ: ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ରାଜ୍ୟସଭାରେ ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ମଙ୍ଗଳବାର ରାଜ୍ୟସଭାରେ ଏହା ଧ୍ବନିମତରେ ପାରିତ ହୋଇଛି ।
ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ମିଶ୍ରଣ କରିବାକୁ ଥିବା ଏହି ବିଧେୟକ ରାଜ୍ୟସଭାରେ ପାରିତ କରାଯାଇଛି। ନିକଟ ଅତୀତରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ବର୍ତ୍ତମାନ ଦେଶରେ 9ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି।