ଦାମନ: 4 ଦିନିଆ ଡାମନଡିଉ, ଦାଦ୍ରା ଓ ନଗର ହାଭେଳି ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ଡିଉରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଛନ୍ତି । ଡିଉ ସିଟି ୱାଲରେ 1.3 କିଲୋମିଟର ହେରିଟେଜ ୱାକ-ୱେର ଶିଳାନ୍ୟାସ କରିଛନ୍ତି । ଏହାସହ ବଡୋଦରା ଟ୍ରିପଲ IT ଅନ୍ତର୍ଜାତୀୟ କ୍ୟାମ୍ପସର ପ୍ରଥମ ଶିକ୍ଷା ଅଧିବେଶନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ରାଷ୍ଟ୍ରପତି ଡିୟୁରେ ଜଲନ୍ଦର ସର୍କିଟ ହାଉସର ଉଦଘାଟନ କରିବେ । ଏହାସହ ସାଉଦୱାଡିରେ ଏକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ରଖିବେ । ଫୋର୍ଟ ରୋଡରେ ଫଳ ଏବଂ ପନିପରିବା ବଜାରର ଗ୍ରେଡେସନ୍ ଏବଂ ଡିୟୁ ଜିଲ୍ଲାର ସମଗ୍ର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ଏକୀକୃତ ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ବିକାଶ କରିବେ | ଏହାସହ ରାଷ୍ଟ୍ରପତି ଆଜି INS ଖୁଖ୍ର ମେମୋରିଆଲର ଉଦଘାଟନ ମଧ୍ୟ କରିବେ ।
ଡିସେମ୍ବର 27 ରେ, ରାଷ୍ଟ୍ରପତି ଡିଉ ଦୁର୍ଗ ପରିଦର୍ଶନ କରିବେ । ଯେଉଁଠି ସେ ଲାଇଟ ଆଣ୍ଡ ସାଉଣ୍ଡ ସୋର ଉଦଘାଟନ କରିବେ । ଡିସେମ୍ବର 28 ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବେ ।