ETV Bharat / bharat

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା: ମୋଦି ଓ ନବୀନଙ୍କ ଶୋକପ୍ରକାଶ - ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ଏମଏସ ଧୋନିରୁ ବଲିଉଡରେ ପରିଚୟ ପାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କର ମୃତ୍ୟୁ କେବଳ ଫିଲ୍ମ ଜଗତକୁ ନୁହେଁ ବରଂ ରାଜନେତାମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

politician-reaction-on-sushant-singh-rajput
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା
author img

By

Published : Jun 14, 2020, 5:30 PM IST

ନୂଆଦିଲ୍ଲୀ: ଏମଏସ ଧୋନିରୁ ବଲିଉଡରେ ପରିଚୟ ପାଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କର ମୃତ୍ୟୁ କେବଳ ଫିଲ୍ମ ଜଗତକୁ ନୁହେଁ ବରଂ ରାଜନେତାମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଦୁଃଖ ପ୍ରକାଶ କରି କହିଛନ୍ତି, ‘ ଖୁବ୍ ଶୀଘ୍ର ଜଣେ ଉଜ୍ବଳ ଯୁବ ଅଭିନେତା ଚାଲିଗଲେ। ସେ ଟିଭି ଓ ଚଳଚ୍ଚିତ୍ରରେ ବେଶ୍ ପ୍ରସିଦ୍ଧ ଥିଲେ । ମନୋରଞ୍ଜନ ଜଗତରେ ତାଙ୍କର ସଫଳତା ଅନେକଙ୍କୁ ପ୍ରେରଣା ଦେଇଥିଲା ଓ ସେ ଅନେକ ସ୍ମରଣୀୟ ଚଳଚ୍ଚିତ୍ର କରିଥିଲେ । ତାଙ୍କ ମୃତ୍ୟୁ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ’ ।

politician-reaction-on-sushant-singh-rajput
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା: ମୋଦି ଓ ନବୀନଙ୍କ ଶୋକପ୍ରକାଶ

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ଲେଖିଛନ୍ତି, ‘ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଜାଣିବ ଦୁଃଖଦାୟକ । ତାଙ୍କ ଆତ୍ମାକୁ ଶାନ୍ତି ଓ ଏହି କଷ୍ଟ ସମୟରେ ତାଙ୍କ ପରିବାରକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କରୁଛି ’।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ହିନ୍ଦୀ ଚଳଚ୍ଚିତ୍ରର ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଆଶ୍ଚର୍ଯ୍ୟଜନକ। ତାଙ୍କର ଅଭିନୟ ଦକ୍ଷତା, ପ୍ରତିଭା ଜଣାଶୁଣା ଥିଲା । ତାଙ୍କର ପରଲୋକ ଯନ୍ତ୍ରଣାଦାୟକ ଓ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ବଡ କ୍ଷତି । ଭଗବାନ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ’ । ଝାଡଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଦୁଃଖଦାୟକ। ତାଙ୍କ ପରିବାର ପ୍ରତି ମୋର ସମବେଦନା ’।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ ମୋ ପାଖେ ଶବ୍ଦ ନାହିଁ । ମୁଁ ବୁଝିପାରୁନି ତୁମେ କାହିଁକି ଏପରି କଲ ? ବାଲାଜୀ ପ୍ରଡକ୍ସନ ପାଇଁ ଆସିଥିବା ଏକ ଶିଶୁ ଆଜି ଷ୍ଟାର ହୋଇଥିଲେ ଯିଏ ସମଗ୍ର ଦେଶରେ ନିଜ ଅଭିନୟର ଯାଦୁ ଚଲାଇଥିଲେ । ତୁମେ ବହୁତ ଆଗକୁ ଆସିଥିଲ ଓ ଆହୁରୀ ଅଧିକ ପଥ ଅତିକ୍ରମ କରିବାର ଥିଲା ’।

ପ୍ରକାଶଥାଉକି, ସୁଶାନ୍ତ ସିଂହ ରାଜପୁତଙ୍କ ପାଟନା ଘରେ ଶୋକର ବାତାବରଣ । ତାଙ୍କ ପରିବାରରେ ସୁଶାନ୍ତ ସିଂ ରାଜପୁତଙ୍କର 3 ଭଉଣୀ ଅଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଖବରରେ ତାଙ୍କ ପିତା ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.