ମୁମ୍ବାଇ: ଦେଶରେ ଆଜି ବି ମହିଳା ଅସୁରକ୍ଷିତ । ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଏକ ଘଟଣା ସାମନାକୁ ଆସିଛି ମୁମ୍ବାଇରେ । ଯେଉଁଠି ପୋଲିସ ନୁହେଁ ମହିଳା ଖୋଦ ନିଜର ସୁରକ୍ଷା କରିଛନ୍ତି । ଥାଣେ ଅଞ୍ଚଳରେ ଥିବା ଏକ ଏଟିଏମ ଭିତରେ ଏକ ଦୁର୍ବୃତ୍ତ ମହିଳାଙ୍କୁ କରୁଥିଲେ ଅଶ୍ଳୀଳ ବ୍ୟବହାର । ଏହାପରେ ଘଟଣାଟି ଏମିତି ହେଲା ମହିଳା ନୁହଁ ବରଂ ମହିଳାଙ୍କ ସାହସ ଦେଖି ଉକ୍ତ ଦୁର୍ବୃତ୍ତ ଜଣକ ସେହି ସ୍ଥାନରୁ ଦୌଡି ପଳାଇବାକୁ ବାଧ୍ୟ ହେସେ ।
ସୂଚନାନୁଯାୟୀ, ଥାଣେ କୋପାରୀ ଅଞ୍ଚଳରେ ଏକ 23 ବର୍ଷୀୟ ମହିଳା ରବିବାର ଦିନ 3ଟା ବେଳେ ଟଙ୍କା ଉଠାଇବାକୁ ନିକଟ ଏଟିଏମକୁ ଯାଇଥିଲେ । ସେତିକି ଭିତରେ ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି ଏଟିଏମ ଭିତରକୁ ଯାଇଥିଲା । ଏହାପରେ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା ।
ମହିଳା ଜଣଙ୍କ ନ ଡରି ସେହି ଯୁବକର ସମସ୍ତ ହରକତକୁ ନିଜ ଫୋନରେ ରେକର୍ଡ କରିଦେଇଥିଲେ । ଏହା ଜାଣିପାରି ଯୁବକଟି ସେଠାରୁ ଦୌଡି ପଳାଇଥିଲେ । ସେହି ଭିଡିଓକୁ ମହିଳା ଜଣଙ୍କ ଟ୍ବିଟରରେ ସେୟାର କରିବା ସହ ପୋଲିସ ଷ୍ଟେସନରେ ମାମଲା ଦାୟାର କରିଥିଲେ । ଭିଡିଓ ଆଧାରରେ ପୋଲିସ ସେହି ଯୁବକକୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।