ETV Bharat / bharat

ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ - ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ

ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି ।

 ଅସ୍ତ୍ରବିରତି ଉଲଙ୍ଘନ
ଅସ୍ତ୍ରବିରତି ଉଲଙ୍ଘନ
author img

By

Published : Jun 21, 2020, 12:23 PM IST

Updated : Jun 21, 2020, 1:01 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ରବିବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି ।

ପ୍ରତିରକ୍ଷା ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସୈନିକ ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ଭାରତୀୟ ଚେକ ପୋଷ୍ଟଗୁଡିକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଛନ୍ତି । ରବିବାର ସକାଳ ପ୍ରାୟ 6ଟା 15 ମିନିଟ ସମୟରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ 1 ମାସରୁ ପାକିସ୍ତାନ ସୈନିକ ଜମ୍ମୁ-କାଶ୍ମୀର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛନ୍ତି । ଗତକାଲି ପାକିସ୍ତାନ ସୈନ୍ୟଙ୍କ ଦ୍ବାରା କାଶ୍ମୀରର ଉରୀ ସେକ୍ଟରରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ଏଥିରେ ନମ୍ବଲା ଗ୍ରାମର 5 ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିଲେ ।

Last Updated : Jun 21, 2020, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.