ଲାହୋର: ଆଜି(ଶନିବାର) ଉଦଘାଟିତ ହେବ କରତାରପୁର ଗୁରୁଦ୍ବାର। ହେଲେ ଉଦଘାଟନ ଉତ୍ସବ ପୂର୍ବରୁ କରତାରପୁର ଗୁରୁ୍ଦ୍ବାର ପରିସରରେ ଦେଖିବାକୁ ମିଳିଛି ବୋମା ପ୍ରଦର୍ଶନୀ । 1971 ମସିହାରେ ଯୁଦ୍ଧ ସମଯରେ ଭାରତ ତରଫରୁ ନିକ୍ଷେପ କରାଯାଇଥିବା ବୋମାକୁ ଗୁରୁଦ୍ବାର ପରିସରରେ ପ୍ରଦର୍ଶିତ କରିଛି ପାକ୍ । ଫଳରେ ପୁଣି ଥରେ ପାକ୍ର ଅସଲ ମୁଖା ପଦାରେ ପଡିଛି ।
ଏନେଇ ଏକ ବୋର୍ଡରେ ଉଲ୍ଲେଖ କରାଯାଇଛି, 1971 ଯୁଦ୍ଧ ସମୟରେ ଗୁରୁଦ୍ବାରକୁ ଧ୍ବସଂ କରିବା ପାଇଁ ବୋମା ପକାଯାଇଥିଲା । ହେଲେ ୱାହେଗୁରୁଜୀଙ୍କ ଚମତ୍କାର ଯୋଗୁଁ ଗୁରୁଦ୍ବାର ବଞ୍ଚିଯାଇଥିଲା । ପ୍ରକାଶ ଯେ, ଏହି ବୋମାକୁ ଏକ ଖମ୍ବରେ ଥିବା କାଚ ମଧ୍ୟରେ ସଜ୍ଜିତ କରି ରଖାଯାଇଛି । ଏହି ଖମ୍ବ ପାର୍ଶ୍ବରେ ଏକ ବୋର୍ଡରେ ଏହି ସମ୍ପର୍କରେ ସମ୍ପର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଇଛି । ଆଉ ଏହାର ଶିର୍ଷକ ରଖାଯାଇଛି ‘ୱାହେଗୁରୁଜୀଙ୍କ ଚମତ୍କାର’ । ଏହାସହ ଏହା ମଧ୍ୟ ବୋର୍ଡରେ ଉଲ୍ଲେଖ କରାଯାଇଛି କି, ଗୁରୁ ନାନକଙ୍କ ପବିତ୍ର କୂଅ ଓ ଦରବାର ଉପରେ ବୋମାଟି ପଡିଥିଲା । ହେଲେ ଗୁରୁଜୀଙ୍କ କୃପାରୁ ଏହାର କିଛି କ୍ଷତି ହୋଇନାହିଁ ।