ETV Bharat / bharat

କୃଷ୍ଣ ନଗରୀକୁ ସ୍ବଚ୍ଛ କରିବାକୁ ତତ୍ପର ପ୍ରଶାସନ - garbeg

ବୃନ୍ଦାବନ ଓ ମଥୁରାକୁ ସ୍ବଚ୍ଛ ରଖିବାକୁ ନଗର ନିଗମର ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସପା କାର୍ଯ୍ୟ ।

ପ୍ରତିକାତ୍ମକ ଫଟୋ
author img

By

Published : May 21, 2019, 10:34 PM IST

ମଥୁରା: ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ପ୍ରଶାସନ । ଭଗବାନ କୃଷ୍ଣଙ୍କ ସହରରେ ଅଳିଆ ଫୋପାଡିଲେ ଦେବାକୁ ପଡିବ ଜରିମାନା । ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ ବୃନ୍ଦାବନରେ ମଥୁରାସ୍ଥିତ ଅରକ୍ଷିତ ବନ ଭୂମି ଅହଲ୍ୟାଗଞ୍ଜ ଉଦ୍ୟାନ କୁଢକୁଢ ଆବର୍ଜନାରେ ଜାମ ହୋଇଯାଇଥିଲା । ଯାହାଦ୍ବାରା ଉଦ୍ୟାନର ଶୋଭା ନଷ୍ଟ ହେବାସହ ଦୁର୍ଗନ୍ଧରେ ଫାଟିପଡୁଛି ଆଖପାଖ ଅଞ୍ଚଳ ।

ସୂଚନାନୂଯାୟୀ, ଅହଲ୍ୟାବନ ଉଦ୍ୟାନ ନିକଟରେ ଥିବା ଏକ ମିଠା ଦୋକାନର ସମସ୍ତ ଅଳିଆ ଉକ୍ତ ଉଦ୍ୟାନରେ ପକାଯିବା ସମୟରେ ଉଦ୍ୟାନର କର୍ମକର୍ତ୍ତା ଓ ସୁରକ୍ଷାକର୍ମୀ ସେମାନଙ୍କୁ ଧରି ପକାଇଥିଲେ । ଯେଉଁଥିପାଁଇ ମିଠା ଦୋକାନୀକୁ ମହଙ୍ଗା ପଡିଥିଲା । ଘଟଣାରେ ଦୋକାନୀର ଅଳିଆ ଗାଡି ଜବତ କରିବା ସହ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ଏହାପୂର୍ବରୁ ମଧ୍ୟ ମିଠାଦୋକାନୀ କର୍ମଚାରୀମାନେ ଆବର୍ଜନା ଫୋପାଡୁଥିବା ବେଳେ ଧରାପଡିଥିଲେ ।

ତେବେ ନଗର ନିଗମ ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛି । ମଥୁରା-ବୃନ୍ଦାବନ ନଗର ନିଗମର ଉଚ୍ଚାୟୁକ୍ତ ସନୈନ୍ଦ୍ର କୁମାର ତିଓ୍ବାରୀ ସ୍ବାସ୍ଥ୍ୟ ନିରୀକ୍ଷକଙ୍କୁ ଏହି ମାମଲାରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆବର୍ଜନାରେ ନିଆଁ ଲଗାଇବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁ ପ୍ରଦୂଷଣ କରିବା ସହିତ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯାହାକୁ ରୋକିବା ପାଇଁ ନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ମେଫାୟାର ରେ ଲାଗିଲା 10ହଜାର ଗଛ। 

ବାତ୍ୟା ରେ  14 ଟି ଜିଲ୍ଲା ରେ ଅନେକ କିଛି କ୍ଷତି ହୋଇଥିଲା। ଗଛ ଲଗାଇବା ପାଇଁ ସରକାର ଙ୍କ ତରଫରୁ ଅନେକ ସହାୟତା ହାତ କୁ ନେଉଛନ୍ତି। ପ୍ରାୟ ଲକ୍ଷ ବାଦ ଗଛ ଭୁବନେଶ୍ୱର ରେ ଲଗାଇବାର ଯୋଜନା ରହିଛି। ମେଫୟାର ରେ ଆଜି ସବୁଜ ବୃକ୍ଷ ଜବୁଜ ସୁନ୍ଦର ଲାଗିବା ଭୁବନେଶ୍ୱର ସେଥିପାଇଁ ପ୍ରୟାସ କରାଯାଉଛି। ମେଫୟାର୍ ତରଫରୁ 10ହଜାର ଗଛ ଲଗାଇବା ପାଇଁ ପ୍ରୟାସ କରୁଛି ମେଫାୟର ଟିମ୍। 

ବାତ୍ୟା ରେ 200 କିଲୋମିଟର ରେ ପବନ ବହିବା ସଙ୍ଗେ ସଙ୍ଗେ ଭୁବନେଶ୍ୱର ରେ ଅନେକ ଛୋଟ ବଡ଼ ଗଛ ଭାଙ୍ଗି ଯାଇଛି। ବାତ୍ୟା ରେ ଯେଉଁ ଗଛ ସହ୍ୟା ଭାବରେ ରହିଗଲା । ଭୁବନେଶ୍ୱର ପାଇଁ ସେହି ଗଛକୁ ପ୍ରଥମ ଭାବରେ ଲଗାଇବା ପାଇଁ ପ୍ରୟାସ କରାଯିବ।  ବାତ୍ୟା ରେ ସବୁଠୁ ବଡ଼ କ୍ଷତି କହିଲେ ସବୁଜ ଗଛକୁ ମୂଳପୋଛ କରିଦେଇଛି। ଦେଶ ବିଦେଶ ରେ ଭୁବନେଶ୍ୱର ଗୋଟେ ଗ୍ରୀନ ସିଟି ଭାବରେ ପରିଚିତ ସେହିଭଳି ଭାବରେ ଭୁବନେଶ୍ୱର ରେ ଅନେକ କିଛି ଗଛ ଲଗାଇବା ପାଇଁ ଚେଷ୍ଟା କରାଯିବ। 

Byte and visual send mojo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.