ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 8ହଜାର 9ଶହ 9 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 7ହଜାର 6ଶହ 15କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 5ହଜାର 8ଶହ 15ରେ ପହଞ୍ଚିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା 1ଲକ୍ଷ 1ହଜାର 4ଶହ 97 ଜଣ ଚିକିତ୍ସିତ ହେଉଥିବା ବେଳେ 1ଲକ୍ଷ 3ଶହ 3 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 38502 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 4631, ଦିଲ୍ଲୀରେ 12333, ତାମିଲନାଡୁରେ 10683, ରାଜସ୍ଥାନରେ 2735, ମଧ୍ୟପ୍ରଦେଶରେ 2835, ଉତ୍ତରପ୍ରଦେଶରେ 3109, ଆନ୍ଧ୍ରପ୍ରଦେଶରେ 1413, ତେଲେଙ୍ଗାନା 1273, କର୍ଣ୍ଣାଟକରେ 2341, କେରଳରେ 774, ପଶ୍ଚିମବଙ୍ଗରେ 3423 ଓ ଓଡିଶାରେ 913 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2465 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1092, ମଧ୍ୟପ୍ରଦେଶରେ 364, ପଶ୍ଚିମବଙ୍ଗରେ 335, ଦିଲ୍ଲୀରେ 556, ଆନ୍ଧ୍ରପ୍ରଦେଶରେ 64, ତାମିଲନାଡୁରେ 197, କର୍ଣ୍ଣାଟକରେ 52 ଓ ତେଲେଙ୍ଗାନାରେ 92 ଜଣଙ୍କ ମୃତ୍ୟୁ ହୋଇଛି ।