ETV Bharat / bharat

'ଭାରତ-ଚୀନ ସୀମା ବିବାଦ ବଢିଲେ ଭାରତକୁ ସମର୍ଥନ କରି ନ ପାରନ୍ତି ଟ୍ରମ୍ପ' - ଭାରତକୁ ସମର୍ଥନ କରି ନ ପାରନ୍ତି ଟ୍ରମ୍ପ

ଭାରତ-ଚୀନ ସୀମା ବିବାଦ ଅଧିକ ହେଲେ ଟ୍ରମ୍ପ ଚୀନ ବିରୋଧରେ ଭାରତକୁ ସମର୍ଥନ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍‌ଟନ୍ କହିଛନ୍ତି।

 ଜନ୍‌ ବୋଲ୍‌ଟନ୍
ଜନ୍‌ ବୋଲ୍‌ଟନ୍
author img

By

Published : Jul 12, 2020, 1:06 AM IST

ୱାଶିଂଟନ : ଭାରତ-ଚୀନ ସୀମା ବିବାଦରେ ଭାରତକୁ ସମର୍ଥନ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବିବାଦ ପାଇଁ ଚୀନକୁ ଦାୟୀ କରି ଅନେକ ଥର ଚୀନ ଉପରେ ବର୍ଷିଛନ୍ତି ମଧ୍ୟ ଟ୍ରମ୍ପ । ହେଲେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ହେଲେ ଟ୍ରମ୍ପ ଚୀନ ବିରୋଧରେ ଭାରତକୁ ସମର୍ଥନ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍‌ଟନ୍ କହିଛନ୍ତି।

ବୋଲଟନ୍ ଏକ ସାକ୍ଷାତକାରରେ କହିଛନ୍ତି, ଚୀନ ଜାପାନ, ଭାରତ ଏବଂ ଅନ୍ୟମାନଙ୍କ ସହ ବିବାଦ ବଢାଇ ସମ୍ପର୍କ ହ୍ରାସ କରୁଛି । ତେବେ ଚୀନ ବିରୋଧରେ ଟ୍ରମ୍ପ ଭାରତକୁ ସମର୍ଥନ କରିବା ନେଇ ବୋଲଟନ୍‌ କହିଛନ୍ତି, ସୀମା ସଂଘର୍ଷର ଗରୁତ୍ବକୁ ସେ କେତେ ମାତ୍ରାରେ ଉପଲବ୍ଧି କରନ୍ତି, ତାହା ମୁଁ ଜାଣିନାହିଁ। ଭାରତ ଓ ଚୀନ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଇତିହାସ ବିଷୟରେ ସେ କିଛି ଜାଣିଥିବେ କି ନାହିଁ, ତାହା ମଧ୍ୟ କହିହେବନାହିଁ । ବାସ୍ତବରେ ଇତିହାସ ତାଙ୍କୁ ମନେ ରୁହେନାହିଁ ବୋଲି ବୋଲଟନ୍‌ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁଁ ଭାବୁଛି ଟ୍ରମ୍ପ ବାଣିଜ୍ୟ ମାଧ୍ୟମରେ ଚୀନ ସହ କେବଳ ଭୌଗୋଳିକ ସମ୍ପର୍କ କଥା ହିଁ ଜାଣିଥିବେ । ନଭେମ୍ବର ନିର୍ବାଚନ ପରେ ଟ୍ରମ୍ପ କଣ କରିବେ ତାହା ମୁଁ ଜାଣି ନାହିଁ । ସେ ବୋଧହୁଏ ଚୀନର ବଡ ବାଣିଜ୍ୟିକ ଚୁକ୍ତିକୁ ପୁଣି ଫେରିଯିବେ। ଯଦି ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଅତ୍ୟଧିକ ଦେଖାଯାଏ ତାହାଲେ ସେ କାହାକୁ ସମର୍ଥନ କରିବେ ତାହା ମୁଁ ନିଶ୍ଚିତ ନୁହେଁ ବୋଲି ଜାତିସଂଘରେ ଆମେରିକାର ପୂର୍ବତନ ଦୂତ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଆଠ ସପ୍ତାହ ହେବ ପୂର୍ବ ଲଦାଖର ଏକାଧିକ ସ୍ଥାନରେ ଭାରତୀୟ ଏବଂ ଚୀନ ସୈନ୍ୟବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଇତି ମଧ୍ୟରେ ଜୁନ 15 ତାରିଖରେ ଗଲୱାନ୍ ଉପତ୍ୟକାରେ ଉଭୟ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଘଟଣାପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ଉତ୍ତେଜନାକୁ ଦୂର କରିବା ପାଇଁ ଉଭୟ ପକ୍ଷ ଗତ କିଛି ସପ୍ତାହ ମଧ୍ୟରେ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.