ETV Bharat / bharat

ଭାରତର କଡ଼ା ଜବାବ: ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ - ଚୀନ ନାଗରିକ

ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ । ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ ଅଣଆନୁଷ୍ଠାନିକ ଭାବେ ନିର୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

author img

By

Published : Dec 28, 2020, 7:22 PM IST

ନୂଆଦିଲ୍ଲୀ: ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ । ଏଣିକି କୌଣସି ଚୀନ ନାଗରିକ ଭାରତ ଆସିପାରିବେ ନାହିଁ । ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ ଅଣଆନୁଷ୍ଠାନିକ ଭାବେ ନିର୍ଦେଶ ଦିଆଯାଇଛି । ଗତ ନଭେମ୍ବରରେ ଚୀନ ପକ୍ଷରୁ ଭାରତୀୟ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଭାରତ ସରକାର ଏହାର କଡ଼ା ଜବାବ ଦେଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି । କିନ୍ତୁ ବିଦେଶୀ ଯାତ୍ରୀମାନଙ୍କ ଲାଗି ବର୍ତ୍ତମାନର ମାନଦଣ୍ଡ ଅନୁସାରେ ଚୀନ ଯାତ୍ରୀମାନେ ଏପରି ୩ଟି ଦେଶକୁ ଯାତ୍ରା କରୁଛନ୍ତି, ଯେଉଁ ଦେଶମାନଙ୍କ ସହିତ ଭାରତର ‘ଏୟାର ବବ୍ବଲ’ ଚୁକ୍ତି ରହିଛି । ଚୀନ ନାଗରିକମାନେ ସମ୍ପୃକ୍ତ ୩ଟି ଦେଶକୁ ଯାଇ ସେଠାରୁ ଭାରତ ଯାତ୍ରା କରୁଛନ୍ତି । ସେହି ଦେଶଗୁଡ଼ିକରେ ରହୁଥିବା ଚୀନ ନାଗରିକ ନିଜର କାମ ଏବଂ ବାଣିଜ୍ୟ ବ୍ୟବସାୟ ଲାଗି ଭାରତ ଆସୁଛନ୍ତି । ଅନ୍ୟପଟେ ଅନେକ ଭାରତୀୟ ନାବିକ ଚାଇନାର ବିଭିନ୍ନ ବନ୍ଦରରେ ଫସି ରହିଛନ୍ତି ।

ଚୀନ୍‌ର ଏହି ଅବାଧ୍ୟତା ହେତୁ ଆନ୍ତର୍ଜାତୀୟ ପତାକା ବାଣିଜ୍ୟ ଜାହାଜରେ କାର୍ଯ୍ୟ କରୁଥିବା ପ୍ରାୟ 1500 ଭାରତୀୟ ଅଟକି ରହିଛନ୍ତି ଏବଂ ସେମାନେ ଘରକୁ ଫେରିବାରେ ଅସମର୍ଥ । ତେବେ ଚୀନ୍‌ର ଏହି ପଦକ୍ଷେପ ହେଉଛି ଅଷ୍ଟ୍ରେଲିଆକୁ ଟାର୍ଗେଟ କରିବା, ଯାହାର କୋଇଲା ବର୍ତ୍ତମାନ ଚାଇନାରେ ନିଷିଦ୍ଧ ହୋଇଛି । କିନ୍ତୁ ଏହି କାରଣରୁ ବହୁ ସଂଖ୍ୟକ ଭାରତୀୟ ନାବିକ ହଇରାଣ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.