ETV Bharat / bharat

IPL ରେ ବେଆଇନ ବେଟିଂ ଅଭିଯୋଗ, 9 ଗିରଫ

IPL ରେ ବେଆଇନ ବେଟିଂ ଅଭିଯୋଗରେ ଇନ୍ଦୋରରୁ 9 ଜଣଙ୍କୁ ଗିରଫ କଲା ପୋଲିସ । ଏହାସହ 5 ଲକ୍ଷ ନଗଦ ଟଙ୍କା ସହ 15ଟି ମୋବାଇଲ ଜବତ କରିଛି।

author img

By

Published : Oct 16, 2020, 9:36 AM IST

IPL ରେ ବେଆଇନ ବେଟିଂ ଅଭିଯୋଗ,9 ଗିରଫ
IPL ରେ ବେଆଇନ ବେଟିଂ ଅଭିଯୋଗ,9 ଗିରଫ

ଇନ୍ଦୋର: ଚାଲିଛି ଆଇପିଏଲ ଋତୁ। ତେବେ ଏହି ସମୟରେ ଇନ୍ଦୋରରୁ ଆସିଛି ବେଆଇନ ବେଟିଂ ଅଭିଯୋଗ। IPL ରେ ବେଆଇନ ବେଟିଂ ଅଭିଯୋଗରେ ଇନ୍ଦୋରରୁ 9 ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ 5 ଲକ୍ଷ ନଗଦ ଟଙ୍କା ସହ 15ଟି ମୋବାଇଲ ଜବତ କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ହାଉସ ଅଫିସରଙ୍କ କହିବା ଅନୁସାରେ, କାନଦିଆ ପୋଲିସ ଷ୍ଟେସନ ଅଧୀନରେ 9 ଜଣଙ୍କୁ ଗିରଫ କରାଯାଉଛି। ଏହାସହ ସେମାନଙ୍କ ପାଖରୁ 5 , 05,000 ନଗଦ ଟଙ୍କ ସହ 15ଟି ମୋବାଇଲ ଫୋନ ମିଳିଛି।

'ଏମାନେ ପ୍ରତ୍ୟେକ ଦିନ ନିଜର ସ୍ଥାନ ପରିବର୍ତ୍ତନ କରୁଥିଲେ। ଗୁରୁବାର ସେମାନଙ୍କୁ କାବୁ କରାଯାଇଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ବେଟିଂକୁ ନେଇ କିଛି ମେସେଜ୍ ଓ ରେକର୍ଡିଂ ମଧ୍ୟ ପୋଲିସ ହାତରେ ଲାଗିଛି 'ବୋଲି ଏସଏଚଓ କହିଛନ୍ତି ।

ଅଭିଯୁକ୍ତମାନେ ଏକ ଗୁପ୍ତ ସ୍ଥାନରେ ବୈଠକ କରୁଥିବା ବେଳେ ଗୁପ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିବା ସହ ସମସ୍ତଙ୍କୁ ଗିରଫ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.