ନୂଆଦିଲ୍ଲୀ: ଆଜି ଜାତୀୟ ମତଦାନ ଦିବସ। ଦେଶ ପାଳନ କରୁଛି ଏକାଦଶ ତମ ଜାତୀୟ ମତଦାନ ଦିବସ। ଏଥିପାଇଁ କୋଭିଡ କଟକଣା ମଧ୍ୟରେ ଦେଶବ୍ୟାପୀ ଆୟୋଜିତ ହେଉଛି ବିଭିନ୍ନ ।
ଜାତୀୟସ୍ତରେ ନୂଆଦିଲ୍ଲୀ ସ୍ଥିତ ଅଶୋକା ହୋଟେଲରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଯୋଗଦେଇ ଇ-ଏପିକ କାର୍ଡର ଶୁଭାରମ୍ଭ କରିବା ସହ ନୂତନ ମତଦାତାଙ୍କୁ ମତଦାନ ଅଧିକାର ପରିଚୟ ପତ୍ର ପ୍ରଦାନ କରିବେ । ସେହିପରି ଚଳିତ ବର୍ଷର ସ୍ଲୋଗାନ ଥିବା ମତଦାତା ହୁଅନ୍ତୁ,ସଶକ୍ତ ସତର୍କ,ସୁରକ୍ଷିତ ଓ ଜାଗରୁକ କୁ ମଧ୍ୟ ଉନ୍ମୋଚନ କରିବେ । କାର୍ଯ୍ୟକ୍ରମରେ ଆଇନ ନ୍ୟାୟ ସୂଚନା ପ୍ରଦ୍ୟୋଗିକା ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ରହିବେ ।
ମତଦାନ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ପାଇଁ ଆଜି ଆରମ୍ଭ ହେଉଛି Electoral Photo Identity Card ବା EPIC । ଯାହା ନାଗରିକଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରିବ । କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଆଇନ ମନ୍ତ୍ରଣାଳୟର ଅଧିକାରୀ, ନିର୍ବାଚନ ଅଧିକାରୀ ସାମିଲ ହେବେ ।
ସେହିପରି ରାଜ୍ୟସ୍ତରରେ ମଧ୍ୟ ଜାତୀୟ ମତଦାନ ଦିବସ ହେଉଛି ପାଳନ । କୋଭିଡ କଟକଣା ପାଇଁ ଭରଚ୍ୟୁଆଲ ଯୋଗେ ଆୟୋଜିତ ହେବ କାର୍ଯ୍ୟକ୍ରମ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହେବ ଆୟୋଜିତ । ମଧ୍ୟାହ୍ନ 12 ଟାରେ ମୁଖ୍ୟ ନିର୍ବାଚନ ଅଧିକାରୀ କରାଇବେ ଶପଥ ପାଠ । ନୂତନ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ । ସେହିପରି ବିଭିନ୍ନ ନିର୍ବାଚନ ପରିଚାଳନାରେ ଉତ୍ତମ ପ୍ରଦର୍ଶନ କରିଥିବା ଅଧିକାରୀ କର୍ମଚାରୀଙ୍କୁ କରାଯିବ ସମ୍ମାନିତ ।
ସୂଚନାଯୋଗ୍ୟଯେ ନିର୍ବାଚନ କମିସନଙ୍କ ପ୍ରତିଷ୍ଠା ଦିବସ ଜାନୁଆରୀ 25 ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି । ବିଗତ 2011 ମସିହାରୁ ଏହି ଦିବସ ପାଳନ ହେବା ସହ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।