ETV Bharat / bharat

ଟଙ୍କାରୁ ଗାନ୍ଧୀ ପ୍ରତିମୂର୍ତ୍ତି ହଟାଇବା ଦାବି, ଫସିଲେ ଆଇଏଏସ ଅଫିସର - tweet sparks

ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ହଟାଇବା ଓ ଗଡସେଙ୍କୁ ଧନ୍ୟବାଦ ଜଣାଇ ବିବାଦରେ ଫସିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ପୂର୍ବକ ତାଙ୍କ ଫଟୋ ଓ ପ୍ରତିମୂର୍ତ୍ତିକୁ ବିଭିନ୍ନ ସ୍ଥାନରୁ ହଟାଇବାକୁ ଟ୍ବିଟରେ କହିଛନ୍ତି ଅଧିକାରୀ ଜଣକ ।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jun 2, 2019, 2:04 PM IST

Updated : Jun 2, 2019, 10:32 PM IST

ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଟିପ୍ପଣୀ ଦେଇ ବିବାଦରେ ଫସିଛନ୍ତି ମୁମ୍ବାଇର ଡେପୁଟି ମ୍ୟୁନିସିପାଲ କମିଶନର ନିଧି ଚୌଧୂରୀ । ସେ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ହଟାଯାଉ । ଏପରିକି ଦେଶରେ ଥିବା ହୋର୍ଡିଂ, ପ୍ରତିମୂର୍ତ୍ତି ଓ ଅନୁଷ୍ଠାନ ଗୁଡ଼ିକରୁ ତାଙ୍କର ପ୍ରତିମୂର୍ତ୍ତିକୁ ମଧ୍ୟ ହଟାଯାଉ । ଏଥିସହ ସେ 1948 ଘଟଣା ପାଇଁ ଗଡସେଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Mumbai, Tweets, Sparks, Row
ଫଟୋ ସୌଜନ୍ୟ: ଟ୍ବିଟର

ଗତମାସ 17 ତାରିଖରେ ଏକ ଟ୍ବିଟର ସେ ଏହା ଲେଖିଥିଲେ । ଯାହାକୁ ନେଇ ଦେଶସାରା ବିବାଦ ଦେଖାଦେଇଥିଲା । ତେବେ ବିବାଦ ଘନେଇବାରୁ ସେ ଟ୍ବିଟକୁ ଡିଲିଟ କରିଛନ୍ତି । ଆଉ ଏହାର ସଫେଇ ଦେବାକୁ ଯାଇ ଅନ୍ୟ ଏକ ଟ୍ବିଟ ପୋଷ୍ଟ କରିଛନ୍ତି ।

ସେ ରିଟ୍ବିଟ କରି ଲେଖିଛନ୍ତି, ତାଙ୍କ ଟିପ୍ପଣୀକୁ ନେଇ ଲୋକମାନେ ଭୁଲ ବୁଝିଛନ୍ତି । ଭୁଲ ଧାରଣା ସୃଷ୍ଟି ହୋଇଥିବାରୁ ସେ ବାଧ୍ୟ ହୋଇ ଟ୍ବିଟକୁ ଡିଲିଟ କରିଛନ୍ତି । ଏଥିସହ ସହ ସେ ଆହୁରି କହିଛନ୍ତି , ଯଦି ତାଙ୍କୁ କିଏ 2011ରୁ ଫଲୋ କରୁଛି ତେବେ ସେମାନେ ନିଶ୍ଚୟ ଜାଣିଥିବେ । ମହାତ୍ମା ଗାନ୍ଧୀଙ୍କୁ ନେଇ ସେ ଏପରିକି କହି ପାରିବେ ନାହି । ସେ ତାଙ୍କ ଆଗରେ ନତମସ୍ତକ ସର୍ବଦା ବୋଲି ନିଧି ଟ୍ବିଟ ମାଧ୍ୟମରେ କହିଛନ୍ତି ।

Intro:Body:

fa.MM.

Conclusion:
Last Updated : Jun 2, 2019, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.