ETV Bharat / bharat

ମୋବାଇଲ ଚୋରୀକୁ ନେଇ ତୁମୁଳ କାଣ୍ଡ, ଏସିଡ ଆଟାକରେ 12ରୁ ଉର୍ଦ୍ଧ୍ବ ଆହତ - ଝାଡଖଣ୍ଡ

ସାମାନ୍ୟ ମୋବାଇଲ ଚୋରୀକୁ ନେଇ 2 ଗୋଷ୍ଠୀ ଭିତରେ ମାରପିଟ । ଏସିଡ ଆଟାକରେ 12ରୁ ଉର୍ଦ୍ଧ୍ବ ଆହତ । ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 28, 2019, 3:06 PM IST

ରାଞ୍ଚି: ଝାଡଖଣ୍ଡର ବୈଶାଲୀ ଥାନା ଅଞ୍ଚଳରେ ମୋବାଇଲ ହଜିବା ନେଇ 2 ଗୋଷ୍ଠୀଙ୍କ ଭିତରେ ମାରପିଟ ହୋଇଥିଲା । ଏନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଏସିଡ ମାଡ କରିଥିଲେ । ଯାହାଫଳରେ 12ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ବୈଶାଲୀ ଥାନା ଅନ୍ତର୍ଗତ ଦାଉଦନଗର ଅଞ୍ଚଳରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କର ମୋବାଇଲ ହଜିଯାଇଥିଲା । ଯାହାକୁ ନେଇ ସେ ପଡୋଶୀଙ୍କ ଉପରେ ମୋବାଇଲ ଚୋରୀର ଅଭିଯୋଗ ଲଗାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଆଉ ଏହା ଏତେ ମାତ୍ରାରେ ବଢିଯାଇଥିଲାଯେ, ଏହା ମାରପିଟର ରୂପ ନେଇଥିଲା ।

ଆଉ ଏହାର ଫାଇଦା ନେଇ ସେହି ସମୟରେ କେହି ଏସିଡ ମାଡ କରିଥିଲେ । ଘଟଣାସ୍ଥଳରେ ଥିବା 10 ରୁ 15 ଜଣ ଲୋକ ଏହାର ଶିକାର ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପଚରା ଉଚରା କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Intro:Body:

ghh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.