ବେଙ୍ଗାଲୁରୁ: ଇସ୍ରୋକୁ ମିଳିଲା ବୃହତ ସଫଳତା । ମଙ୍ଗଳବାର ‘ଚନ୍ଦ୍ରଯାନ-2’ ଚନ୍ଦ୍ରର କକ୍ଷପଥରେ ସଫଳତାପୂର୍ବକ ପ୍ରବେଶ କରିଛି । ଇସ୍ରୋର ବୈଜ୍ଞାନିକ ସକାଳ 9ଟା ବାଜି 2ମିିନିଟ ସମୟରେ ଏହାକୁ ଚନ୍ଦ୍ରର କକ୍ଷ LBN#1ରେ ପ୍ରବେଶ କରାଇଛନ୍ତି ।
ଚନ୍ଦ୍ରର କକ୍ଷପଥରେ ‘ଚନ୍ଦ୍ରଯାନ-2’ ଅବତରଣ କରିବା ପରେ, ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-2’ । ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିବ । ‘ଚନ୍ଦ୍ରଯାନ-2’ର ଗତିକୁ 90 ପ୍ରତିଶତ କମାଇ ଇସ୍ରୋ ଏହି ସଫଳତା ହାସଲ କରିଛି । 20 ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ଚନ୍ଦ୍ରଯାନ-2କୁ ଅବତରଣ କରାଇବା ଇସ୍ରୋ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା। ଚନ୍ଦ୍ର କକ୍ଷପଥରେ ‘ଚନ୍ଦ୍ରଯାନ-2’ର ସଫଳ ଅବତରଣ ପରେ ଦିନ ଇସ୍ରୋ ଅଧ୍ୟକ୍ଷ କେ ସିବନ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରାଯିବା ସହ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି । ଭାରତୀୟ ଭାବେ ଗର୍ବ କରଥିବା ଶିବନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।