ନୂଆଦିଲ୍ଲୀ: ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ଲୋକସଭାରେ ପାରିତ । ମଙ୍ଗଳବାର ଏହି ବିଧେୟକ ଲୋକସଭାରେ ଆଗତ ହୋଇଥିବାବେଳେ ବୁଧବାର ଏହା ପାରିତ ହୋଇଛି ।
ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମିଶ୍ରଣ କରିବାକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ମଙ୍ଗଳବାର ଲୋକସଭାରେ ବିଧେୟକ ଆଗତ କରିଥିଲେ । ସୂଚନା ଥାଉକି, ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଅଗଷ୍ଟ ମାସରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ବର୍ତ୍ତମାନ ଦେଶରେ 9ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ।
ପ୍ରକାଶ ଯେ, ଏହି ୨ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୋଟିଏ କରିବା ଲକ୍ଷ୍ୟରେ ରହିଛନ୍ତି କେନ୍ଦ୍ର ସରକାର ।