ETV Bharat / bharat

କେରଳରେ ଖୋଲିବ ମଦ ଦୋକାନ, ଏମଆରପି ଅନୁସାରେ ହେବ ବିକ୍ରି - kerla news

3ୟ ପର୍ଯ୍ୟାୟ ଲକଡାଉନ ପରେ ଏବେ କେରଳରେ ଖୋଲିବାକୁ ଯାଉଛି ମଦ ଦୋକାନ । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ମଧ୍ୟ ଏହି ଦୋକାନଗୁଡିକ ବନ୍ଦ ରହିଥିଲା। ଅଧିକ ପଢନ୍ତୁ...

କେରଳରେ ଖୋଲିବ ମଦ ଦୋକାନ
କେରଳରେ ଖୋଲିବ ମଦ ଦୋକାନ
author img

By

Published : May 14, 2020, 5:19 PM IST

ଥିରୁଅନନ୍ତପୁରମ: କୋରୋନା ସଙ୍କଟ ମଧ୍ୟରେ ବର୍ତ୍ତମାନ ଧୀରେ ଧୀରେ ଲକଡାଉନକୁ କୋହଳ କରିବା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ମଧ୍ୟ ଏହି ଦୋକାନଗୁଡିକ ବନ୍ଦ ରହିଥିଲା। ଏବେ କେରଳ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦୋକାନଗୁଡ଼ିକ କେବେ ଖୋଲିବ ସେନେଇ ସରକାର ତାରିଖ ଦେଇ ନାହାଁନ୍ତି।

ରାଜ୍ୟରେ ସମୁଦାୟ 301ଟି ବଡ ମଦ ଦୋକାନ ଅଛି, ଯାହା ଏକକାଳୀନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସରକାର କିଛି ନିୟମ ପ୍ରସ୍ତୁତ କରିବେ, ଯାହାଦ୍ୱାରା ସର୍ବାଧିକ ସଂଖ୍ୟକ ଲୋକ ଯେପରି ଦୋକାନରେ ଏକାଠି ନ ହୋଇପାରିବେ ।

ସମସ୍ତ ଆଉଟଲେଟ ପାଇଁ ଏକ ୱେବ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଯାହା ମାଧ୍ୟମରେ ସେମାନେ ବୁକିଂ କରି ସେମାନଙ୍କର ଡେଲିଭରି ମଗେଇ ପାରିବାକୁ ସକ୍ଷମ ହେବେ । ବାର ହୋଟେଲଗୁଡିକ କେବଳ ଏମଆରପିରେ ମଦ ବିକ୍ରୟ କରିବାକୁ ଅନୁମତି ଦିଆଯିବ । ତେବେ ମଦ ବିକ୍ରି ଦ୍ବାରା ହିଁ ରାଜ୍ୟ ସରକାରଙ୍କ ନିକଟକୁ ବିପୁଳ ପରିମାଣର ରାଜସ୍ୱ ଆସେ, ଯହାକୁ ନେଇ ଅନେକ ସ୍ଥାନରେ ଦୋକାନ ଖୋଲାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଲକଡାଉନ 3.0 ଆରମ୍ଭ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ଏହା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ଦୋକାନ ଖୋଲା ଥିଲା, କିନ୍ତୁ ଏହି ଦୋକାନ ଗୁଡିକରେ ବହୁତ ଭିଡ଼ ପରିଲିକ୍ଷତ ହୋଇଥିଲା । ଏବଂ ଏହି ସମୟରେ, ସାମାଜିକ ଦୂରତାକୁ ପାଳନ କରାଯାଉ ନଥିଲା । ତେବେ ବର୍ତ୍ତମାନ ଅନେକ ରାଜ୍ୟରେ ମଦକୁ ହୋମ ଡେଲିଭରି କରିବାକୁ ବିଚାର କରାଯାଉଛି, କେତେକ ରାଜ୍ୟ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.