ETV Bharat / bharat

ଲକଡାଉନ 4.0 ନେଇ କ'ଣ ରହିଛି ଦିଲ୍ଲୀବାସୀଙ୍କ ରାୟ ? ଜାଣନ୍ତୁ... - delhi people

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ଅଧିକାଂଶ ଲୋକ ଲକଡାଉନ ସପକ୍ଷରେ ଅଛନ୍ତି । କିନ୍ତୁ ଅଧିକାଂଶ ମଲ୍, ବଜାର, ରେସ୍ତୋରାଁ, ପାର୍ଲର ଓ ସେଲୁନ ଖୋଲିବା କହିଛନ୍ତି । ଅଧିକ ପଢନ୍ତୁ....

ଲକଡାଉନ ନେଇ କ'ଣ ରହିଛି ଦିଲ୍ଲୀବାସୀଙ୍କ ରାୟ
ଲକଡାଉନ ନେଇ କ'ଣ ରହିଛି ଦିଲ୍ଲୀବାସୀଙ୍କ ରାୟ
author img

By

Published : May 14, 2020, 5:56 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହି ସମୟରେ ଲକଡାଉନ ନହଟେଇବାକୁ ଦିଲ୍ଲୀବାସୀ ଚାହୁଁଛନ୍ତି। ସିଏମ କହିଛନ୍ତି ଅଧିକାଂଶ ଲୋକ ସର୍ତ୍ତ ସହିତ ଲକଡାଉନ ଖୋଲାଯିବା ଉଚିତ ବୋଲି କହିଛନ୍ତି। ଦିଲ୍ଲୀର ଅଧିକାଂଶ ଲୋକ ସେଲୁନ୍, ସ୍ପା,ମଲ୍, ବଜାର, ରେସ୍ତୋରାଁ ଖୋଲିବା ସପକ୍ଷରେ ଅଛନ୍ତି। ମାସ୍କ ନ ପିନ୍ଧିବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକମାନେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, '12 ତାରିଖରେ ଲକଡାଉନ ଉପରେ ମୁଁ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଛି । 24 ଘଣ୍ଟା ମଧ୍ୟରେ, ଆମେ 5 ଲକ୍ଷ ହ୍ବାଟସ ଆପ୍ ମେସେଜ, 10 ହଜାର 700 ଇମେଲ୍ ଏବଂ 39 ହଜାର ଫୋନରୁ ପରାମର୍ଶ ଗ୍ରହଣ କରିଛୁ । ଶିକ୍ଷାନୁଷ୍ଠାନଗୁଡିକ ବିଷୟରେ ଅଧିକାଂଶ ଲୋକ କହିଛନ୍ତି ଯେ, ଏହା ବର୍ତ୍ତମାନ ଖୋଲିବା ଉଚିତ ନୁହେଁ । ହୋଟେଲ ଖୋଲିବା ଉଚିତ ନୁହେଁ କିନ୍ତୁ ରେସ୍ତୋରାଁ ଖୋଲିବା ଉଚିତ । ସିଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଲୋକମାନେ ଖାଦ୍ୟ ହୋମ ଡେଲିଭରି କରିବାକୁ ଅନୁମତି ଦେବାକୁ କହିଛନ୍ତି ।

ଏଥିରେ ଏକ ସାଧାରଣ ସହମତି ରହିଛି ଯେ ସାମାଜିକ ଦୂରତା ବାଧ୍ୟତାମୂଳକ ହେବା ଉଚିତ ଏବଂ ଅନେକ ଲୋକ କହିଛନ୍ତି ଯେ ଯେଉଁମାନେ ମାସ୍କ ପିନ୍ଧୁ ନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଅଧିକାଂଶ ଲୋକ କହିଛନ୍ତି ଯେ ବସ ଚଳାଇବା ଉଚିତ, କିନ୍ତୁ ସାମାଜିକ ଦୂରତା ପାଳନ ସହିତ।

ସେ କହିଛନ୍ତି ମାର୍କେଟ ଆସୋସିଏସନ ତରଫରୁ ଆମକୁ ଅନେକ ପରାମର୍ଶ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ କହିଛନ୍ତି ଯେ ମାର୍କେଟ ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲାଯିବା ଉଚିତ । ଆଉ ଏହା ଯୁଗ୍ମ ଅଯୁଗ୍ମ କରି ଖୋଲାହେଲେ ଭଲ । ଅନେକ ଲୋକ ପରାମର୍ଶ ଦେଇଛନ୍ତି ଯେ, ଏକ ତୃତୀୟାଶଂ ଦୋକାନଗୁଡିକୁ କିମ୍ବା ଅଧା ଦୋକାନଗୁଡିକୁ ଖୋଲି ଦିଆଯାଉ ।

ସିଏମ କହିଛନ୍ତି ଏକ ବୈଠକ ପରେ ଦିଲ୍ଲୀରେ ଲକଡାଉନ କେତେ କୋହଳ ହେବ, ଆମେ ଆମର ପ୍ରସ୍ତାବ ଦେବୁ ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.