ETV Bharat / bharat

ଭକ୍ତ ଓ ଭଗବାନଙ୍କ ମଝିରେ କୋରୋନା: କାଶୀ ବିଶ୍ବନାଥ ମନ୍ଦିର 24 ମାର୍ଚ୍ଚ ଯାଏଁ ବନ୍ଦ

author img

By

Published : Mar 20, 2020, 9:24 PM IST

ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ, ଉତ୍ତର ପ୍ରଦେଶର କାଶୀରେ ବିରାଜିତ ଶ୍ରୀ କାଶୀ ବିଶ୍ବନାଥଙ୍କ ମନ୍ଦିରକୁ ମାର୍ଚ୍ଚ ମାସ 24 ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରା ଯାଇଛି । କୋରୋନା କାରଣରୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ବାରଣାସୀ: ଭକ୍ତ ଭଗବାନଙ୍କ ମଧ୍ୟରେ କୋରୋନା ବାଧକ । ଦେଶର ଅନେକ ମନ୍ଦିର, ମସଜିଦ, ଧାର୍ମିକସ୍ଥଳକୁ କୋରୋନା ବିସ୍ତାର ଓ ପ୍ରଭାବକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଓ ଆଶିଂକ ଭାବରେ କିଛି ଦିନ ପାଇଁ ବନ୍ଦ କରାଯାଇଛି । ଏପରିସ୍ଥଳେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ, ଉତ୍ତର ପ୍ରଦେଶର କାଶୀରେ ବିରାଜିତ ଶ୍ରୀ କାଶୀ ବିଶ୍ବନାଥଙ୍କ ମନ୍ଦିରକୁ ମାର୍ଚ୍ଚ ମାସ 24 ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରା ଯାଇଛି । ମନ୍ଦିର ପିରଚାଳନା ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଥିଲା । ବର୍ତ୍ତମାନ ମାର୍ଚ୍ଚ 24 ତାରିଖ ପର୍ଯ୍ୟନ୍ତ କାଶୀ ବିଶ୍ବନାଥ ମନ୍ଦିରରେ ଭକ୍ତମାନେ ଦର୍ଶନ ପାଇଁ ପ୍ରବେଶ କରି ପାରିବେ ନାହିଁ ।

କେବଳ ମନ୍ଦିର ନୀତିକାନ୍ତି ଅନୁଯାୟୀ ପ୍ରାର୍ଥନା ଏବଂ ଆରତୀ ପାଇଁ ମନ୍ଦିରକୁ ପୂଜକ ମାନଙ୍କୁ ପ୍ରବେଶ ଅନୁମତି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.