ETV Bharat / bharat

ମଦୁରାଇରେ ଜାନୁୟାରୀ 15ରୁ ଆରମ୍ଭ ହେବ ‘ଜାଲିକାଟ୍ଟୁ’

ଜାନୁୟାରୀ 15 ତାରିଖରୁ ତାମିଲନାଡ଼ୁ ମଦୁରାଇରେ ଆରମ୍ଭ ହେବ ଜାଲିକାଟ୍ଟୁ ପ୍ରତିଯୋଗିତା। ତାମିଲନାଡ଼ୁ ସରକାର ଏହାକୁ ଆଇନସମ୍ମତ କରିବା ପରେ ଦୀର୍ଘ ଦୁଇବର୍ଷର ବ୍ୟବଧାନରେ ଆୟୋଜିତ ହେଉଛି ଏହି ଖେଳ। ଅଧିକ ପଢନ୍ତୁ...

author img

By

Published : Jan 11, 2020, 1:42 PM IST

Jallikattu competitions to be held from Jan 15
ମଦୁରାଇରେ ଜାନୁୟାରୀ 15ରୁ ଆରମ୍ଭ ହେବ ‘ଜାଲିକାଟ୍ଟୁ’

ଚେନ୍ନାଇ: ତାମିଲନାଡ଼ୁ ମଦୁରାଇରେ ପୁଣିଥରେ ଦେଖିବାକୁ ମିଳିବ ଜାଲିକାଟ୍ଟୁ ଖେଳ। ତାମିଲନାଡୁ ସରକାର ଏହାକୁ ଆଇନସମ୍ମତ କରିବା ପରେ ଦୀର୍ଘ ଦୁଇବର୍ଷର ବ୍ୟବଧାନରେ ପରେ ମଦୁରାଇରେ ପ୍ରବଳ ଉତ୍ସାହର ସହ ଏହି ଖେଳର ଆୟୋଜନ କରାଯାଉଛି।

ଚଳିତ ବର୍ଷ ଜାନୁୟାରୀ 15 ତାରିଖରୁ 31 ପର୍ଯ୍ୟନ୍ତ ମଦୁରାଇରେ ଆୟୋଜିତ ହେବ ଜାଲିକାଟ୍ଟୁ। ପାଲାମେଡୁ ଏବଂ ଅଲଙ୍ଗାନାଲ୍ଲୁର ଜିଲ୍ଲାରେ ଆୟୋଜିତ ହେବ ପ୍ରତିଯୋଗିତା। ଶୁକ୍ରବାର ଏନେଇ ହୋଇଛି ଘୋଷଣା । ସ୍ବାସ୍ଥ୍ୟ ପରୀକ୍ଷା ପରେ ପ୍ରତିଯୋଗିତା ପାଇଁ ନିଜର ନାଁ ରେଜିଷ୍ଟର କରିପାରିବେ ପ୍ରତିଯୋଗୀ।

ଜାଲିକାଟ୍ଟୁରେ ବ୍ୟବହୃତ ଷଣ୍ଢଙ୍କୁ ମଧ୍ୟ ଉପଯୁକ୍ତ ତାଲିମ ଦେବାରେ ବ୍ୟସ୍ତ ଏହାର ମାଲିକ। ବର୍ଷ ବର୍ଷ ଧରି ଏମାନେ ଜାଲିକାଟ୍ଟୁ ଲାଗି ପ୍ରସ୍ତୁତ କରାଯାଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ଜାଲିକାଟ୍ଟୁ ପ୍ରତିଯୋଗୀତାରେ 2 ହଜାର ଷଣ୍ଢ ଭାଗ ନେବେ।

ଜାଲିକାଟ୍ଟୁ କ'ଣ?

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଲଢେଇ ହେଉଛି ଜାଲିକାଟ୍ଟୁ। ଏହି ଖେଳ ଖେଳିବା ପରେ ଅନେକ ଏଥିରେ ମୃତାହତ ହୋଇଥାନ୍ତି। ଏହି ପରମ୍ପରାକୁ ବିରୋଧ କରାଯିବା ପରେ ଏ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଏଭଳି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ହଟାଇଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.