ETV Bharat / bharat

ଆଇନ ବିରୋଧୀ ସୋଫିଆନ ମୃତ୍ୟୁଦଣ୍ଡ ଘଟଣାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ଦାବି କଲା ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ

author img

By

Published : Aug 13, 2020, 1:55 PM IST

ଆଇନବିରୋଧୀ ସୋଫିଆନ ମୃତ୍ୟୁଦଣ୍ଡ ଘଟଣାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ ଦାବି କଲା ଆମନେଷ୍ଟିଇଣ୍ଟରନ୍ୟାସନାଲ ଇଣ୍ଡିଆ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ । ଆଇନ ବହିର୍ଭୂତ ଏହି ଘଟଣାର ତଦନ୍ତ ଏକ ନିରପେକ୍ଷ ବେସାମରିକ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇ ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ କରିବା ପାଇଁ ଦାବି କରିଛି । ଅଧିକ ପଢନ୍ତୁ..

ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ
ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ

18 ଜୁଲାଇ, 2020ରେ ଜାମ୍ମୁ ଓ କାଶ୍ମୀରର ସୋଫିଆନ ଜିଲ୍ଲାରେ ଭାରତୀୟ ସେନା ବାହିନୀର ଯବାନମାନଙ୍କ ଦ୍ବାରା ତିନି ଜଣ ଶ୍ରମିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ଆଇନ ବହିର୍ଭୂତ କାର୍ଯ୍ୟ ବୋଲି ଅଭିଯୋଗ ହେବା ପରେ ଘଟଣାର ଯାଞ୍ଚ କରି ଭାରତୀୟ ସେନା କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବିନାଶ କୁମାର କହିଛନ୍ତି :

ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଆଇନ ବହିର୍ଭୂତ ଏହି ଘଟଣାର ତଦନ୍ତ ଏକ ନିରପେକ୍ଷ ବେସାମରିକ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇ ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ କରିବା ପାଇଁ ଦାବି କରୁଛି। ସାମରିକ ନ୍ୟାୟ ବ୍ୟବସ୍ଥାରେ ଯେଉଁ କେତୋଟି ଦିଗ ନେଇ ବିଚାର କରାଯାଇନାହିଁ, ତାହା ଘଟଣାର ବେସାମରିକ ତଦନ୍ତ ଓ ବିଚାର କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ଏବଂ ଏଥିରେ ସ୍ବଚ୍ଛତା ଓ ନିରପେକ୍ଷତା ରହିବ।

ନାଗରିକ ଓ ରାଜନୈତିକ ଅଧିକାର ପ୍ରଦାନ ନେଇ ରହିଥିବା ଅନ୍ତର୍ଜାତୀୟ ଚୁକ୍ତି(ICCPR)ର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ରହିଛି ଜାତିସଂଘ ମାନବିକ ଅଧିକାର କମିଟି । ଭାରତ ଏକ ସଦସ୍ୟ ରାଷ୍ଟ୍ର ଥିବା ଏହି କମିଟି ନିକଟରେ କହିଛି ଯେ, ସେନା ବାହିନୀ ଦ୍ବାରା ମାନବିକ ଅଧିକାର ଉଲ୍ଲଂଘନ ମାମଲାରେ ଏହାର ବିଚାର ବେସାମରିକ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯିବା ଉଚିତ୍ କାରଣ ଏହାଦ୍ବାରା ବିଚାର ନିରପେକ୍ଷ ହୋଇପାରିବ। ବିଚାରପତି ଏବଂ ଆଇନଜୀବୀଙ୍କ ନିରପେକ୍ଷତା ନେଇ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟିୟରରେ ଏହା ଦୃଢତାର ସହ କୁହାଯାଇଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସାମରିକ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିବା ସହିତ ଅନେକ ବାର ଏଥିରେ ସଂସ୍କାର ଆଣିବାକୁ ସୁପାରିସ କରି ଆସିଛି। ଭାରତରେ ଅନେକ ସାମରିକ ଆଇନ ବିଶାରଦ ମଧ୍ୟ ଭାରତୀୟ ସାମରିକ ନ୍ୟାୟ ବ୍ୟବସ୍ଥାରେ ରହି ଆସିଥିବା ତ୍ରୁଟି ନେଇ ସ୍ବୀକାର କରିଛନ୍ତି, ସ୍ବାଧୀନତା ଅଭାବରୁ ଏପରି ଘଟୁଛି। ସେନା କର୍ମଚାରୀଙ୍କ ବିରୁଦ୍ଧରେ ଆସୁଥିବା ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗକୁ ସବୁବେଳେ ସ୍ପଷ୍ଟ ଭାବେ ଖାରଜ କରିଦେବା ସେନା କର୍ତ୍ତୃପକ୍ଷଙ୍କ ଏକ ପ୍ରବୃତ୍ତି ପାଲଟିଥିବା ଅନେକ ଦସ୍ତାବିଜ ପୂର୍ବରୁ ବି ଆମନେଷ୍ଟି ଇଣ୍ଟରନ୍ୟାସନାଲ ପାଖରେ ରହିଛି। ଜାମ୍ମୁ ଓ କାଶ୍ମୀରର ତାଜା ସ୍ଥିତି ଏବଂ ଏହାର ସମୀକ୍ଷା ନେଇ ମିଳିଥିବା ସର୍ବଶେଷ ରିପୋର୍ଟରେ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ପାଖରେ ରାଜ୍ୟ ମାନବିକ ସୁରକ୍ଷା କମିସନ ଏବଂ ମହିଳା ଓ ଶିଶୁ ସୁରକ୍ଷା ପାଇଁ ଥିବା ରାଜ୍ୟ କମିସନ ସମେତ ଅନ୍ୟ 6ଟି କମିସନ ବନ୍ଦ କରିଦେବା ନେଇ ମଧ୍ୟ ଦସ୍ତାବିଜ ରହିଥିବା ଦର୍ଶାଇଛି। ଏସବୁ କମିସନ ବନ୍ଦ କରିଦେବା ଦ୍ବାରା ଜାମ୍ମୁ ଓ କାଶ୍ମୀର ଲୋକଙ୍କ ନିକଟରେ ସେମାନଙ୍କର ମାନବିକ ଅଧିକାର ଉଲ୍ଲଂଘନ ନେଇ ଆପତ୍ତି ଅଭିଯୋଗ କରିବାକୁ ଆଉ କୌଣସି ସଂସ୍ଥା ନାହିଁ। ମାନବିକ ଓ ରାଜନୈତିକ ଅଧିକାର ପାଇଁ ଆଇସିସିପିଆର(ICCPR) ଦେଉଥିବା ଗ୍ୟାରେଣ୍ଟି ଏହାଦ୍ବାରା ଉଲ୍ଲଂଘନ କରାଯାଉଛି।

ପୃଷ୍ଠଭୂମି:

18 ଜୁଲାଇ, 2020ରେ ଦକ୍ଷିଣ କାଶ୍ମୀରର ସୋଫିଆନର ଉପର ଭାଗରେ ତିନି ଜଣ ଆତଙ୍କବାଦୀଙ୍କୁ ମାରିଦେବା କଥା ଭାରତୀୟ ସେନା ବାହିନୀ ପକ୍ଷରୁ କୁହାଯାଇଥିଲା। ତେବେ ଏନେଇ ଅଧିକ ସୂଚନା ଦିଆଯାଇନଥିଲା।

6 ଅଗଷ୍ଟ, 2020ରେ ଜାମ୍ମୁ ଅଞ୍ଚଳର ରାଜୌରୀରେ ରହୁଥିବା ପରିବାର ଲିଖିତ ଅଭିଯୋଗ କରିଥିଲେ ଯେ, ଶ୍ରମିକ ଭାବେ କାମ କରୁଥିବା ତିନି ଜଣ ବ୍ୟକ୍ତି ସେ ଅଞ୍ଚଳରୁ ନିଖୋଜ ହୋଇ ଯାଇଛନ୍ତି।

19 ଅଗଷ୍ଟ, 2020ରେ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଏକ ବିବୃତି ଜାରି କରି କହିଲେ ଯେ, ସୋଫିଆନ ଅପରେସନ ସହ ସୋସିଆଲ ମିଡିଆର ସଂପୃକ୍ତି ନେଇ କିଛି ତଥ୍ୟ ସେନାବାହିନୀକୁ ମିଳିଥିଲା ଏବଂ ‘ଏହାର ଯାଞ୍ଚ ଜାରି ରହିଛି’।

ଜାମ୍ମୁ ଓ କାଶ୍ମୀରରେ ବଳବତ୍ତର ଥିବା ଆର୍ମଡ ଫୋର୍ସେସ ସ୍ପେଶାନ ପାୱାର୍ସ ଆକ୍ଟ ବା ଆଫସ୍ପା(AFSPA) ଏକ କଠୋର ଆଇନ ଯେଉଁଥିରେ ମାନବିକ ଅଧିକାର ଉଲ୍ଲଂଘନ ପାଇଁ ଦଣ୍ଡମୁକ୍ତିର ଯଥେଷ୍ଟ ବ୍ୟବସ୍ଥା ରହିଛି । ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ କ୍ଷେତ୍ରରେ ସୁରକ୍ଷା କର୍ମୀଙ୍କୁ ଦଣ୍ଡବିଧାନରୁ ମୁକ୍ତି ଦେବାକୁ ଏହି ଆଇନରେ ବ୍ୟବସ୍ଥା ରଖାଯାଇଛି।

2018ରେ ସଂସଦରେ ଦେଇଥିବା ବିବୃତିରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ବିଗତ 26 ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ସୈନ୍ୟମାନଙ୍କୁ ଦଣ୍ଡବିଧାନ କରିବା ନେଇ ଶୂନ୍ୟ ଅନୁମତି ଦିଆଯାଇଥିଲା। ବେଆଇନ ଭାବେ ମାରିବା, ନିର୍ଯାତନା ଏବଂ ଦୁଷ୍କର୍ମ ଆଦି ଅପରାଧରେ ଅଭିଯୁକ୍ତ ସୈନ୍ୟମାନେ ମଧ୍ୟ ଏହାରି ଭିତରେ ଅଛନ୍ତି।

ଜାମ୍ମୁ ଓ କାଶ୍ମୀରରେ ଉତ୍ତରଦାୟିତ୍ବକୁ ନିଶ୍ଚିତ କରିବାକୁ ପଡିବ,ଏହାରିଭିତରେ ପୋଲିସ ତଦନ୍ତ ବେଳେ ପୀଡିତ ଏବଂ ତାଙ୍କ ପରିବାରକୁ ସମସ୍ତ ତଥ୍ୟ ଯୋଗାଇ ଦେବା ଉଚିତ। ଆଇନ ଅପବ୍ୟବହାରକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣୁଥିବା ପୀଡିତଙ୍କୁ ଯେପରି ନ୍ୟାୟ ମିଳିବ ସେଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ।

ଆଫସ୍ପା(AFSPA) ବଳରେ ଯେଉଁଦିନଠାରୁ ମାନବିକ ଅଧିକାର ଉଲ୍ଲଂଘନକାରୀଙ୍କୁ ସୁରକ୍ଷା ଓ ଦଣ୍ଡମୁକ୍ତି ଦିଆଯିବାର ବ୍ୟବସ୍ଥା ଆରମ୍ଭ ହେଲା, ସେହିଦିନଠାରୁ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ବାରମ୍ବାର ଏହାର ଉଚ୍ଛେଦ ଦାବି କରି ଆସୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.