ETV Bharat / bharat

ଏକତରଫା ପ୍ରେମରେ ବିଫଳ ପରେ ଯୁବତୀକୁ ଏସିଡ୍ ମାଡ, ପରିବାର ଲହୁଲୁହାଣ - ଝିଅକୁ ଏସିଡ୍ ମାଡ

ଏକତରଫା ପ୍ରେମର କରୁଣ ପରିଣତି। ପ୍ରତିଶୋଧର ନିଆଁରେ ଜଳୁଥିବା ପ୍ରେମିକ କେବଳ ପ୍ରେମିକାକୁ ନୁହେଁ ପୂରା ପରିବାର ପ୍ରତି ଅସହିଷ୍ଣୁ ହୋଇଉଠିଛି। ଝିଅର ବାପାର ଗୋଡ ଭାଙ୍ଗିବା ସହିତ ଝିଅ ଉପରକୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଛି। ଏହି ଘଟଣାକୁ 10 ଦିନ ବିତିଯାଇଥିଲେ ବି ପୋଲିସ ଚୁପ୍ ବସିଛି।

ବିଫଳ ପ୍ରେମିକ, ପ୍ରେମିକାକୁ ଏସିଡ୍ ମାଡ ସହ ପୁରା ପରିବାର ମେଡିକାଲରେ ଭର୍ତ୍ତି

author img

By

Published : Jul 31, 2020, 5:17 PM IST

ଅମୃତସର: ଏକତରଫା ପ୍ରେମର କରୁଣ ପରିଣତି। ବିଫଳ ପ୍ରେମିକର ଅଭାବନୀୟ କାଣ୍ଡ। ଏଭଳି ଘଟଣା ଗୁରୁଦାସପୁରର ଗାଁ ତିବାରରେ ଘଟିଛି। ତେବେ ପ୍ରତିଶୋଧର ନିଆଁରେ ଜଳୁଥିବା ପ୍ରେମିକ କେବଳ ପ୍ରେମିକାକୁ ନୁହେଁ ପୂରା ପରିବାର ପ୍ରତି ଅସହିଷ୍ଣୁ ହୋଇଉଠିଛି। ଝିଅ ବାପାର ଗୋଡ ଭାଙ୍ଗିବା ସହିତ ଝିଅକୁ ଏସିଡ ମାଡ କରିଛି। ଏହି ଘଟଣାକୁ 10 ଦିନ ବିତିଯାଇଥିଲେ ବି ପୋଲିସ ଚୁପ୍ ବସିଛି।

ପୀଡିତା ଅଭିଯୋଗ କରିଛନ୍ତି ଯେ, ପାରସ ନାମକ ଜଣେ ଯୁବକ ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ହଇରାଣ କରୁଥିଲା। ସେ ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରିଆସୁଥିଲା। ଯେତେବେଳେ ସେ ତାଙ୍କ ପରିବାରକୁ କହିଥିଲେ ସେତେବେଳେ ପରିବାର ଲୋକ ଏହାକୁ ବିରୋଧ କରିବା ସହ ତାକୁ ବିବାହ କରିବାକୁ ମନା କରି ଦେଇଥିଲେ।

ବିଫଳ ପ୍ରେମିକ, ପ୍ରେମିକାକୁ ଏସିଡ୍ ମାଡ ସହ ପୁରା ପରିବାର ମେଡିକାଲରେ ଭର୍ତ୍ତି

ଏହା ପରେ ପାରସ ତାର କିଛି ବନ୍ଧୁଙ୍କ ସହଯୋଗରେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲା। ଯୁବତୀଙ୍କ ବାପାଙ୍କ ଗୋଡକୁ ବାଡେଇ ଭାଙ୍ଗିବା ସହ ତାଙ୍କ ଭାଇକୁ ମଧ୍ୟ ମାଡ ମାରିଥିଲା। କେବଳ ସେତିକି ନୁହେଁ ଝିଅ ଉପରେ ଏସିଡ୍ ଫିଙ୍ଗିଥିଲେ ଯାହା ଦ୍ବାରା ତାଙ୍କ ଗୋଡ଼ ଓ ବାହୁ ଜଳିଯିବା ସହ ଗୁରୁତର ଭାବେ କ୍ଷତ ସୃଷ୍ଟି ହୋଇଛି। ବର୍ତ୍ତମାନ ପୀଡ଼ିତାଙ୍କ ପରିବାର ସରକାରୀ ଡାକ୍ତରଖାନା ଗୁରୁଦାସପୁରରେ ଭର୍ତ୍ତି ହୋଇଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପୁଅର ସମ୍ପର୍କୀୟ ପୋଲିସ ବିଭାଗରେ ଅଛନ୍ତି, ତେଣୁ 10 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ମାମଲା ପଞ୍ଜୀକୃତ ହୋଇନାହିଁ। ପୀଡିତାଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି।

କୁଲୱନ୍ତ ସିଂଙ୍କ ସହ କଥା ହେବା ପରେ ସେ କହିଥିଲେ ଯେ ଝିଅଟିର ବୟାନ ରେକର୍ଡ କରାଯାଇଛି। ଝିଅଟି କହିଛି ଯେ ତାଙ୍କୁ ଏସିଡ୍‌ରେ ଆକ୍ରମଣ କରାଯାଇଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.