ETV Bharat / bharat

ଐତିହାସିକ ମୁହୂର୍ତ୍ତ, ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା - ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା

ଇତିହାସରେ ପ୍ରଥମ ଥର ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା ପତାକା । ନ୍ୟୁୟର୍କରେ ଥିବା ଭାରତର କନସୁଲ ଜେନେରାଲ ରନ୍ଧିର ଜୈଶୱାଲା କରିଛନ୍ତି ପତାକା ଉତ୍ତୋଳନ।

ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା

author img

By

Published : Aug 16, 2020, 9:21 AM IST

ନ୍ୟୁୟର୍କ: 74 ତମ ସ୍ବାଧୀନତା ଦିବସର ଏକ ଐତିହାସିକ ମୁହୂର୍ତ୍ତ । ଇତିହାସରେ ପ୍ରଥମ ଥର ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡିଲା ତ୍ରିରଙ୍ଗା । ନ୍ୟୁୟର୍କରେ ଥିବା ଭାରତର କନସୁଲ ଜେନେରାଲ ରନ୍ଧିର ଜୈଶୱାଲା କରିଛନ୍ତି ପତାକା ଉତ୍ତୋଳନ।

ଆମେରିକାରର ଅଗ୍ରଣୀ ଅମ୍ରେଲା ସଙ୍ଗଠନ ଫେଡେରେସନ ଅଫ ଇଣ୍ଡିଆନ ଆସୋସିଏସନ୍ (ଏଫଆଇଏ) ଦ୍ୱାରା ଆୟୋଜିତ ଟାଇମ୍ସ ସ୍କୋୟାରରେ ସ୍ୱାଧୀନତା ଦିବସର ଏକ ସ୍ୱତନ୍ତ୍ର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଡେପୁଟି କନସୁଲ ଜେନେରାଲ ଶତ୍ରୁଘ୍ନ ସିହ୍ନା, ଏଫଆଇଆର ଚେୟାରମ୍ୟାନ୍ ଅଙ୍କୁର ବୈଦ୍ୟ, ଏଫଆଇଆର ଭେଟେରାନ ତଥା ବିଶିଷ୍ଟ ଭାରତୀୟ-ଆମେରିକୀୟ ଚିକିତ୍ସକ ସୁଧୀର ପାରିକ, ପ୍ରଖ୍ୟାତ ଉଦ୍ୟୋଗୀ, ଚାଣକ୍ୟ ତଥା ସମ୍ପ୍ରଦାୟର ନେତା ଏଚ୍.ଆର. ଭଳି ଭାରତୀୟ ଯୋଗ ଦେଇଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ଜୈଶୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ବିକାଶ ଏବଂ ଏକ ନୂତନ ଭାରତ ଗଠନ ପାଇଁ କାମ କରୁଛନ୍ତି ସେହି ଆକାଂକ୍ଷା ଆଧାରରେ ଆମ ଦେଶକୁ ଆଗକୁ ନେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ପ୍ରଥମ ଥର ପାଇଁ ଟାଇମ୍ସ ସ୍କୋୟାରରେ ଭାରତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଏପରି ଏକ ‘ଐତିହାସିକ କାର୍ଯ୍ୟକ୍ରମ’ ଆୟୋଜନ କରିଥିବାରୁ ସେ ଏଫଆଇଏକୁ ପ୍ରଶଂସା କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.