ETV Bharat / bharat

ଆମେରିକାରେ ହାଇଦ୍ରାବାଦ ପୁଅର ମୃତ୍ୟୁ; ଶେଷ ଦର୍ଶନ ପାଇଁ ପରିବାରର ଅନୁରୋଧ

ଚିକାଗୋ ସହରରେ ହୋଇଥିବା ସଡକ ଦୁର୍ଘଟଣାରେ ହାଇଦ୍ରାବାଦର ଜଣେ ଯୁବକ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଜଣଙ୍କ ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲା ଟାପ୍ପଚବୁତ୍ତ୍ରାର ମହମ୍ମହ ମୋଇଜୁଦ୍ଦିନ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Dec 20, 2020, 10:12 PM IST

ଆମେରିକାରେ ହାଇଦ୍ରାବାଦ ପୁଅର ମୃତ୍ୟୁ, ଶେଷ ଦର୍ଶନ ପାଇଁ ବାପାର ଅନୁରୋଧ

ହାଇଦ୍ରାବାଦ: ଆମେରିକାର ଚିକାଗୋ ସହରରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ହାଇଦ୍ରାବାଦର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଜଣଙ୍କ ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲା ତାପ୍ପଚବୁତ୍ତ୍ରାର ମହମ୍ମହ ମୋଇଜୁଦ୍ଦିନ ବୋଲି ଜଣାପଡିଛି । ଶନିବାର ଘଟିଥିଲା ଏହି ଦୁର୍ଘଟଣା ।

ମୋଇଜୁଦ୍ଦିନ କିଛି ବର୍ଷ ପୂର୍ବରୁ ପାଠପଢା ପାଇଁ ହାଇଦ୍ରାବାଦରୁ ଆମେରିକା ଯାଇଥିଲେ । ତେବେ ପଢା ଶେଷ ପରେ ସେ ଏଠାରେ ରହି କାମ କରୁଥିଲେ । ତେବେ ଚିକାଗୋ ସହରର ଏକ ରାସ୍ତାରେ ଛିଡା ହୋଇଥିବା ବେଳେ ଏକ କାର ଆସି ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ମୋଇଜୁଦ୍ଦିନ ।

ମୋଇଜୁଦ୍ଦିନ ଗତ ସେପ୍ଟେମ୍ବରରେ ହାଇଦ୍ରାବାଦ ଆସି ବିବାହ କରିଥିଲେ । ଏହାପରେ ଉଭୟ ପତି ପତ୍ନୀ ଆମେରିକା ସ୍ଥାନାନ୍ତର ହୋଇଯାଇଥିବା ବେଳେ ସେଠାରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା । ଶନିବାର ମୋଇଜୁଦ୍ଦିନଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ରବିବାର ପରିବାର ଲୋକେ ଘଟଣା ସମ୍ପର୍କରେ ଖବର ପାଇଥିଲେ ।

ପୁଅର ମୃତ ଦେହକୁ ଶେଷ ଥର ଲାଗି ଦେଖିବା ପାଇଁ ତେଲେଙ୍ଗାନା ସରକାରଙ୍କ ସମେତ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡିଛନ୍ତି ପରିବାର ଲୋକେ । ଏହା ସହ ପୁଅର ମୃତ ଦେହକୁ ହାଇଦ୍ରାବାଦ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ମୋଇଜୁଦ୍ଦିନଙ୍କ ବାପା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.