ETV Bharat / bharat

ପ୍ରିୟଙ୍କାଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ; ଧସେଇ ପସିଥିବା ଲୋକ କଂଗ୍ରେସ କର୍ମୀ

ଗାନ୍ଧୀ ପରିବାରର ସୁରକ୍ଷାକୁ ନେଇ ହେଉଥିବା ଚର୍ଚ୍ଚାର ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କୌଣସି ତ୍ରୁଟି ହୋଇନଥିବା ଗୃହମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ।

author img

By

Published : Dec 3, 2019, 5:56 PM IST

PHOTO
ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ନୂତନ ଏସପିଜି ଆଇନ ଅନୁଯାୟୀ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ହୋଇଛି । ଗାନ୍ଧୀ ପରିବାରକୁ ଏବେ ଏସପିଜି ବଦଳରେ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି । ଏସପିଜି ହଟିବା ପରେ ପ୍ରିୟଙ୍କା ଗାନ୍ଧୀ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ମଧ୍ୟ ନିଜ ସୁରକ୍ଷାକୁ ନେଇ ସେ ଚିନ୍ତିତ ଅଛନ୍ତି । ଅଭିଯୋଗ ହେଉଛି ଗାନ୍ଧୀ ପରିବାରର ସୁରକ୍ଷାରେ ଏବେ ଗୁରୁତର ତ୍ରୁଟି ଦେଖାଦେଇଛି ।

ଅଭିଯୋଗ ଅନୁସାରେ ନଭେମ୍ବର 25 ତାରିଖରେ ଏକ କଳା ରଙ୍ଗର ସ୍କର୍ପିଓରେ ତିନି ଜଣ ମହିଳା ଓ ଦୁଇ ଜଣ ଯୁବକ ବିନା କୌଣସି ଅନୁମତିରେ ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନକୁ ଧସେଇ ପସିଥିଲେ । ସେମାନେ ସେଲଫି ନେବା ପାଇଁ ସେଠାକୁ ଯାଇଥିଲେ ବୋଲି କୁହାଯାଉଛି । ଏହି ପ୍ରସଙ୍ଗକୁ ନେଇ ନିଜେ ପ୍ରିୟଙ୍କା ଚିଠି ଲେଖିବା ପରେ କଂଗ୍ରେସ ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିଲା ।

ଏହାକୁ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଉତ୍ତର ରଖିଛନ୍ତି । ଅମିତ ଶାହା କହିଛନ୍ତି 25 ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିବାର ଥିଲା । ରାହୁଲ ଗାନ୍ଧୀ ଯେତେବେଳେ ଆସିବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା ଠିକ ସେତିକି ବେଳେ ଆଉ ଏକ ଏସୟୁଭି ଗାଡି କଂଗ୍ରେସ କର୍ମୀ ଆସିଥିଲେ । ଯେଉଁ ଗାଡିରେ ମିରଟର କଂଗ୍ରେସ ନେତ୍ରୀ ଶାରଦା ତ୍ୟାଗୀ ଥିଲେ ବୋଲି କହିଛନ୍ତି ଅମିତ ଶାହା । ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବ୍ୟବସ୍ଥା ହୋଇନାହିଁ । ତଥାପି ଏହା ଯେହେତୁ ସୁରକ୍ଷା ସହ ଜଡିତ ପ୍ରସଙ୍ଗ ଆମେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛୁ । ଏହାସହ କାର୍ଯ୍ୟରେ ଅବହେଳା ପାଇଁ 3 ଅଧିକାରୀଙ୍କୁ ନିଳମ୍ବିତ କରାଯାଇଛି ବୋଲି ଅମିତ ଶାହା ଲୋକସଭାରେ ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.