ETV Bharat / bharat

କରତାରପୁରରେ ରେକର୍ଡ, ଗୋଟିଏ ଦିନରେ ପହଞ୍ଚିଲେ 1,467 ତୀର୍ଥଯାତ୍ରୀ

author img

By

Published : Nov 25, 2019, 5:45 PM IST

କରତାରପୁର କରିଡରରେ ରେକର୍ଡ। ଉଦଘାଟନ ପରଠୁ ଗତ ରବିବାର କରିଡରରେ ପହଞ୍ଚିଛନ୍ତି 1,467 ତୀର୍ଥଯାତ୍ରୀ। ଅଧିକ ଖବର ପଢନ୍ତୁ..

କରତାରପୁରରେ ରେକର୍ଡ,ଗୋଟିଏ ଦିନରେ ପହଞ୍ଚିଲେ 1,467 ତୀର୍ଥଯାତ୍ରୀ

ଗୁରୁଦାସପୁର: କରତାରପୁର କରିଡର ଖୋଲିବା ଦିନରୁ ସାହିବ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ। ଭାରତର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ସାହେବ ଠାରୁ ପାକିସ୍ତାନର କରତାପୁର ସ୍ଥିତି ସାହିବରେ ରବିବାର 1,467 ତୀର୍ଥଯାତ୍ରୀ ପହଞ୍ଚିଛନ୍ତି।

କରତାରପୁର କରିଡର ଉଦଘାଟନ ହେବା ଦିନଠୁ ଏହା ହେଉଛି ସର୍ବକାଳୀନ ରେକର୍ଡ। ଏବେ ପର୍ଯ୍ୟନ୍ତ ଦୈନିକ 700 ତୀର୍ଥଯାତ୍ରୀ କରତାରପୁର ସାହିବ ଭ୍ରମଣରେ ଯାଇଛନ୍ତି। ଆଗକୁ ଏହି ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଁ ଆଶା ରଖିଛି ପର୍ଯ୍ୟଟନ ବିଭାଗ।

ସୂଚନା ଅନୁସାରେ ଏହି ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହିବ କରିଡର ଖୋଲିବା ପାଇଁ ଦୀର୍ଘ 18 ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ଏହାସହ ଗୁରବିନ୍ଦର ବଜୱା,ରବି ଦର୍ଶନ ଅଭିଳାସୀ ଓ କୁଲଦୀପ ସିଂ ୱାଦଲା କରିଡର ଖୋଲିବା ପାଇଁ ବହୁ ପ୍ରାର୍ଥନା କରିଛନ୍ତି। ବିନା ପାସର୍ପୋଟରେ ଯେପରି ତୀର୍ଥଯାତ୍ରୀ ମାନେ ଉକ୍ତ ସ୍ଥାନ ପରିଦର୍ଶନରେ ଯାଇପାରିବେ ଏଥିପାଇଁ ଦାବି ହୋଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.