ଅହମଦାବାଦ: ପଟିଦାର ଆନ୍ଦୋଳନର ମୁଖ୍ୟ ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର ହୋଇଛି । ସୋମବାର ଗୁଜୁରାଟ ହାଇକୋର୍ଟ ହାର୍ଦ୍ଦିକ ପଟେଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।
2015 ଜିଏମଡିସି ପଡିଆ ହିଂସା ଘଟଣାରେ ନାସିକପୁର ପୋଲିସ ଜାମିନ ବିହୀନ ଗିରଫ ପରୱାନା ଜାରି କରି ହାର୍ଦ୍ଦିକଙ୍କୁ ଗିରଫ କରିଥିଲା । ବର୍ଷ 2015 ଅଗଷ୍ଟ 25ରେ ହାର୍ଦ୍ଦିକ ପଟେଲ ଜିଏମଡିସି ପଡିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।
ସନ୍ଧ୍ୟାରେ ହାର୍ଦ୍ଦିକ ପଟେଲ କିଛି ସହଯୋଗୀଙ୍କ ସହ ରାଲି କରିବା ପରେ ଧାରଣାରେ ବସିଥିଲେ । ଏହି ସଭାରେ ସେ ଉତ୍ତେଜକ ବୟାନବାଜି କରିଥିଲେ। ସଭା ଶେଷ ହେବା ପରେ ପଡିଆରେ ହିଂସା ଘଟିଥିଲା ।