ETV Bharat / bharat

କେନ୍ଦ୍ରର ଅନଲକ-3 ଗାଇଡଲାଇନ, ଆଜିଠୁ ଖୋଲୁଛି ଜିମ ଓ ଯୋଗ କେନ୍ଦ୍ର

author img

By

Published : Aug 5, 2020, 9:12 AM IST

ଆଜି ଠାରୁ ଖୋଲୁଛି ଦେଶରେ ଥିବା ସମସ୍ତ ଜିମ ଓ ଯୋଗ କେନ୍ଦ୍ର। କେନ୍ଦ୍ରର ଅନଲକ 3 ଗାଇଡ୍ ଲାଇନ ଅନୁସାରେ ଏହି ସମସ୍ତ ସଂସ୍ଥାକୁ ଖୋଲିବାକୁ ଅନୁମତି ମିଳିଛି। କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯୋଗ କେନ୍ଦ୍ର ଏବଂ ଜିମରେ କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ଫିଜିକାଲ୍ କଣ୍ଟାକ୍ଟ କମ୍ କରିବା ଉପରେ ଧ୍ୟାନ ଦିଆଯାଇଛି।

କେନ୍ଦ୍ରର ଅନଲକ 3 ଗାଇଡ୍ ଲାଇନ, ଆଜି ଠୁ ଖୋଲୁଛି ଜିମ ଓ ଯୋଗ କେନ୍ଦ୍ର

ନୂଆଦିଲ୍ଲୀ: ଆଜି ଠାରୁ ଖୋଲୁଛି ଦେଶରେ ଥିବା ସମସ୍ତ ଜିମ ଓ ଯୋଗ କେନ୍ଦ୍ର। କେନ୍ଦ୍ରର ଅନଲକ-3 ଗାଇଡଲାଇନ ଅନୁସାରେ ଏହି ସମସ୍ତ ସଂସ୍ଥାକୁ ଖୋଲିବାକୁ ଅନୁମତି ମିଳିଛି। କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯୋଗ କେନ୍ଦ୍ର ଏବଂ ଜିମରେ କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ଫିଜିକାଲ୍ କଣ୍ଟାକ୍ଟ କମ୍ କରିବା ଉପରେ ଧ୍ୟାନ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜିମ୍ ଏବଂ ଯୋଗ ପ୍ରତିଷ୍ଠାନଗୁଡ଼ିକ କଣ୍ଟେନମେଣ୍ଟ୍ ଜୋନ୍ ଏବଂ ସ୍ପା, ଷ୍ଟିମିଂ ଏବଂ ସୁଇମିଂ ପୁଲ୍ଗୁଡ଼ିକ ଖୋଲିବାକୁ ଏବେ ଯାଏଁ ଅନୁମତି ମିଳିନି।

ଜିମ୍ ଏବଂ ଯୋଗ ପ୍ରତିଷ୍ଠାନ ପରିସରରେ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବାକୁ ପଡିବ। କିନ୍ତୁ ବ୍ୟାୟାମ ସମୟରେ କେବଳ ଏଥିରୁ ରିହାତି ଦିଆ ଯାଇପାରେ କାରଣ ମାସ୍କ ଶ୍ବାସକ୍ରିୟାରେ ବାଧା ଉପୁଜିବ। କୋଭିଡ୍ 19 ଟ୍ରାକ୍ ଆପ୍ ଆରୋଗ୍ୟ ସେତୁ ବ୍ୟବହାର କରିବାକୁ କେନ୍ଦ୍ର ପରିଦର୍ଶକମାନଙ୍କୁ ପରାମର୍ଶ ଦେଇଛି ।

ଯୋଗ କେନ୍ଦ୍ର ଏବଂ ଜିମ୍ ମାଲିକମାନଙ୍କୁ ପ୍ରତି ବ୍ୟକ୍ତିଙ୍କ ପାଇଁ ଚାରି ମିଟର ଦୂରତା ରହିବା ପାଇଁ ଏବଂ ଯନ୍ତ୍ରପାତିଗୁଡିକ ଛଅ ଫୁଟ ଦୂରରେ ରଖିବା ପାଇଁ କେନ୍ଦ୍ର କହିଛି। କାନ୍ଥରେ ଉପଯୁକ୍ତ ଦିଗ ଚିହ୍ନ ସହିତ ବିଲ୍ଡିଂ ଭିତରକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ପଥ ସୃଷ୍ଟି କରିବାକୁ କେନ୍ଦ୍ର ଏବଂ ଜିମ୍ ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ଏହି ସମୟ ମଧ୍ୟରେ ବ୍ରିହାନ ମୁମ୍ବାଇ କର୍ପୋରେସନ (ବିଏମସି) ମଧ୍ୟ ବୁଧବାରଠାରୁ ମୁମ୍ବାଇରେ ଲକ୍ଡାଉନ୍ ପ୍ରତିବନ୍ଧକକୁ ଅଧିକ ଆରାମ ଦେବା ପାଇଁ ନିଷ୍ପତ୍ତି ନେଇଛି। ବିଏମସି ଏହାର ସର୍ବଶେଷ ନିର୍ଦ୍ଦେଶାବଳୀରେ କହିଛି ଯେ ବୁଧବାର ଠାରୁ ସକାଳ 9 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ମଲ୍ ଏବଂ ବଜାର ଖୋଲିବାକୁ ଅନୁମତି ଦିଆଯିବ। ରେସ୍ତୋରାଁ, ମଲ ଖୋଲିବାକୁ ଅନୁମତି ଦିଆଯିବ ଯେଉଁଠାରେ କେବଳ ହୋମ ଡେଲିଭରି ସୁବିଧା ରହିବ। ବିଏମସି ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟକୁ 15 ଜଣ ବ୍ୟକ୍ତିଙ୍କ ସହିତ କାର୍ଯ୍ୟ କରିବାକୁ ଅନୁମତି ଦେଇଛି। ଯେଉଁଠାରୁ ଅଧିକ ଏବଂ ବେସରକାରୀ କାର୍ଯ୍ୟାଳୟ 10 ଜଣ ଲୋକ କାର୍ଯ୍ୟ କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.