ଜାମ୍ମୁ: ଜାମ୍ମୁ ସହରର ଜାରି ରହିଥିବା 144 ଧାରାକୁ ଆଜି ଉଠାଇ ଦିଆଯାଇଛି । ଏହା ସହ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲାଯାଇଛି। ସହରର ବ୍ଲୁମିଙ୍ଗ ଡାଲେ ପବ୍ଲିକ ସ୍କୁଲ ଓ ଶ୍ରୀ ରଣବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିଥିବା ଦେଖିବାକୁ ମିଳିଛି ।
ଜମ୍ମୁ ଓ କାଶ୍ମୀରରେ ପ୍ରଚଳିତ ଧାରା 370ର ଉପଧାରା ଓ 35(ଏ) ହଟାଇବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୌଣସି ଧରଣର ଅଘଟଣକୁ ଏଡାଇବାକୁ ଯାଇ ସେଠାରେ ଥିବା ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯିବା ସହ 144 ଧାରା ଜାରି କରାଯାଇଥିଲା ।